କନକ ବ୍ୟୁରୋ: ଘୋଷଣା ହେଲା ରାଜ୍ୟସଭା ପ୍ରାର୍ଥୀଙ୍କ ନାଁ । ରାଜ୍ୟସଭା ପ୍ରାର୍ଥୀ ନେଇ ବିଜେଡି ସୁପ୍ରିମୋଙ୍କ ଘୋଷଣା । ବିଜେଡିର ସୁଜିତ କୁମାର, ମମତା ମହନ୍ତ, ସୁବାସ ସିଂ ଏବଂ ମୁନ୍ନା ଖାଁଙ୍କ ନାଁରେ ମୋହର ମାରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତେବେ ସୁବାସ ସିଂହ ଓଡ଼ିଶା ନିର୍ମାଣ ଶ୍ରମିକ ମଙ୍ଗଳ ବୋର୍ଡର ଅଧ୍ୟକ୍ଷ ଥିବା ବେଳେ ମୁନ୍ନା ଖାଁ ସଂଖ୍ୟାଲଘୁ ବ୍ୟାପାର ବିଭାଗର ଉପଦେଷ୍ଟା ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି। ସେହିପରି ସୁଜିତ କୁମାର ସ୍ୱତନ୍ତ୍ର ବିକାଶ ପରିଷଦ୍‌ର ଉପଦେଷ୍ଟା ଥିବା ବେଳେ ମମତା ମହାନ୍ତ ମୟୂରଭଞ୍ଜ ବିଜେଡି ମହିଳା ଶାଖାର ସଦସ୍ୟା ଅଛନ୍ତି। ତେବେ ରାଜ୍ୟସଭାକୁ ଯିବାକୁ ଆଶା ରଖିଥିବା ରମେଶ ଚ୍ୟାଉପଟ୍ଟନାୟକଙ୍କୁ ଯଦିଓ ଏଥର ରାଜ୍ୟସଭା ଯିବାକୁ ସୁଯୋଗ ମିଳି ନାହିଁ ମାତ୍ର ତାଙ୍କୁ ମିଳିଛି କ୍ୟାବିନେଟ ପାହ୍ୟା । ରମେଶଙ୍କୁ ଓଡିଶା ନିର୍ମାଣ ଶ୍ରମିକ ବୋର୍ଡର ଅଧ୍ୟକ୍ଷ ଦାୟିତ୍ୱ ଦେଇଛନ୍ତି ବିଜେଡି ସୁପ୍ରିମୋ ।

Advertisment

publive-image

ଆସନ୍ତା ଏପ୍ରିଲ ମାସରେ ଖାଲି ହେବାକୁ ଥିବା ୪ଟି ରାଜ୍ୟସଭା ଆସନ ପାଇଁ ଗତକାଲି ପ୍ରକାଶ ପାଇଥିଲା ବିଜ୍ଞପ୍ତି । ଆସନ୍ତା ମାର୍ଚ୍ଚ ୨୬ ତାରିଖରେ ହେବ ରାଜ୍ୟସଭା ନିର୍ବାଚନ । ବିଜ୍ଞପ୍ତି ପ୍ରକଶ ପାଇବା ପରେ ୧୩ ତାରିଖ ଯାଏଁ ନାମାଙ୍କନ ଦାଖଲ ହେବ । ଆଉ ବିଜ୍ଞପ୍ତି ପ୍ରକାଶ ପାଇବା ପରେ କିଏ ଯିବେ ରାଜ୍ୟସଭା ତାକୁ ନେଇ ଆରମ୍ଭ ହୋଇଯାଇଥିଲା ଅଙ୍କକଷା । ତେବେ ସଂଖ୍ୟା ଦୃଷ୍ଟିରୁ ବିଜେଡି ୩ଟି ଆସନ ଜିତିବା ସୁନିଶ୍ଚିତ ହେଲେ ଚତୁର୍ଥ ଆସନ ପାଇଁ ଆରମ୍ଭ ହୋଇଥିଲା ଛକାପଂଝା । ଅନୁଭବ ମହାନ୍ତି, ସରୋଜିନୀ ହେମ୍ରମ୍ବ, ନରେନ୍ଦ୍ର ସ୍ୱାଇଁ ଓ ରଞ୍ଜୀବ ବିଶ୍ୱାଳ । ଏହି ୪ଜଣ ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ ଆସନ୍ତା ଏପ୍ରିଲ ମାସରେ ସରୁଛି । ଆଉ ଏହି ୪ଜଣ ସାଂସଦଙ୍କ ସ୍ଥାନ କିଏ ନେବେ ତାକୁ ନେଇ ଆରମ୍ଭ ହୋଇଥିବା ଚର୍ଚ୍ଚା ଉପରେ ଆଜି ଯବନିକା ପକାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତେବେ ୪ ରାଜ୍ୟସଭା ଆସନ ପାଇଁ ସୁଜିତ କୁମାର, ମମତା ମହନ୍ତ, ସୁବାସ ସିଂ ଏବଂ ମୁନ୍ନା ଖାଁଙ୍କ ନାଁରେ ମୋହର ମାରିଛନ୍ତି ନବୀନ ।

publive-image

ଓଡ଼ିଶାର ୪ଟି ରାଜ୍ୟସଭା ଆସନ ସମେତ ୧୭ଟି ରାଜ୍ୟର ୫୫ଟି ଆସନ ପାଇଁ ଭୋଟ୍ ଗ୍ରହଣ ହେବ । ୧୭ ରାଜ୍ୟ ମଧ୍ୟରେ ଓଡ଼ିଶା ସମେତ ମହାରାଷ୍ଟ୍ର, ତାମିଲନାଡୁ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଆସାମ, ବିହାର, ଛତିଶଗଡ଼, ଗୁଜରାଟ, ହରିୟାଣା, ହିମାଚଳ ପ୍ରଦେଶ, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ମଣିପୁର, ରାଜସ୍ଥାନ ଏବଂ ମେଘାଳୟରେ ହେବ ରାଜ୍ୟସଭା ନିର୍ବାଚନ ।