ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ମିଳିବ ତ ? ପ୍ରଶ୍ନ ଉଠାଇଲା ବିଜେଡି

24

କନକ ବ୍ୟୁରୋ : ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେଇ ପାଠ୍ୟକ୍ରମରେ ସାମିଲ କରାଯିବା ନେଇ ଆରମ୍ଭ ହୋଇଛି ରାଜନୀତି । ସୋମବାର କେନ୍ଦ୍ର ମାନବସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭେଡେକର ଏହି ଘୋଷଣାକୁ ବୟାନବାଜିରେ ସୀମିତ ନ ରଖନ୍ତୁ ବୋଲି କଟାକ୍ଷ କରିଛି ବିଜୁ ଜନତା ଦଳ । ଏ ନେଇ ପ୍ରକ୍ରିୟା ରହିଛି । କେନ୍ଦ୍ର ସଂସ୍କୃତି ବିଭାଗ ଐତିହାସିକଙ୍କୁ ନେଇ ଏକ ମିଟିଂ କରି ଏହାକୁ ତର୍ଜମା କରିବ । ସେମାନଙ୍କ ରିପୋର୍ଟ କ୍ୟାବିନେଟ ଅନୁମୋଦନ ପାଇଁ ସଂସଦ ପଠାଯିବ । ଅନୁମୋଦନ ପରେ ପୁଣି ସଂସ୍କୃତି ବିଭାଗ ପାଖକୁ ଆସିବ । ସଂସ୍କୃତି ବିଭାଗ ଏକ ବିଜ୍ଞପ୍ତି ଜାରି କରି ମାନବସମ୍ବଳ ବିକାଶ ବିଭାଗ ପାଖକୁ ପଠାଇବ । ଶେଷରେ ମାନବସମ୍ବଳ ବିକାଶ ବିଭାଗ ଏନସିଇଆରଟିକୁ ଏହା କାର୍ଯ୍ୟକାରୀ ପାଇଁ ନିର୍ଦ୍ଦେଶ ଦେବେ ।

ମାନବସମ୍ବଳ ବିକାଶ କେବେ ସୁଦ୍ଧା ଏହି ନିର୍ଦ୍ଦେଶ ଦେବ ବୋଲି ପ୍ରଶ୍ନ କରିଛି ବିଜେଡି । ସେପଟେ ବିଜେପି କହିଛି, ମୋଦି ସରକାର ଯାହା କହେ, ସେଇଟା କାର୍ଯ୍ୟକାରୀ କରେ । ବିଜେଡି ଏହାକୁ ନେଇ ରାଜନୀତି କରୁଛି । ବିଜେଡି କେବଳ ଚିଠି ଲେଖି ବାହବା ନେଇଥାଏ । ତେଣୁ ପାଇକ ବିଦ୍ରୋହକୁ ନେଇ ବିଜେଡି ରାଜନୀତି ବନ୍ଦ କରୁ ବୋଲି ବିଜେପି କହିଛି ।