ବିଜେଡ଼ିର ଗ୍ୟାସ୍ ବୃଦ୍ଧି ପ୍ରତିବାଦ : ଗ୍ୟାସକୁ ମୁଣ୍ଡରେ ଉଠାଇ ପ୍ରତିବାଦ କଲେ ବିଜେଡ଼ି ମହିଳା କର୍ମୀ, ରାସ୍ତା ଉପରେ ଜଳିଲା ଚୁଲି

85

କନକ ବ୍ୟୁରୋ : ରୋଷେଇ ଗ୍ୟାସ ଦର ବୃଦ୍ଧିକୁ ବିରୋଧ କରି ସମ୍ବଲପୁରରେ ପ୍ରତିବାଦ କରୁଛି ବିଜୁ ଜନତା ଦଳ । ସମ୍ବଲପୁର ଆରଡିସି ଅଫିସ ଆଗରେ ବିଜେଡି ପକ୍ଷରୁ ଜାରି ରହିଛି ବିକ୍ଷୋଭ ପ୍ରଦର୍ଶନ । ୩ ବର୍ଷରେ ୭୦ ପ୍ରତିଶତ ଦରବୃଦ୍ଧି ହୋଇଛି । ଯାହାକୁ ବିରୋଧ କରୁଛି ବିଜେଡି । ଦର ନ କମିବା ଯାଏଁ ଆନ୍ଦୋଳନ କରାଯିବ ବୋଲି ବିଜେଡି କହିଛି । ଗତକାଲି ଏହାକୁ ବିରୋଧ କରି ଟ୍ୱିନସିଟିରେ ବିଜେଡି ପ୍ରତିବାଦ କରିଥିଲା । ଏହି ପ୍ରତିବାଦରେ ଦଳର ଛାମୁଆ ନେତା ସାମିଲ ହୋଇଥିଲେ । ଆସନ୍ତାକାଲି ବ୍ରହ୍ନପୁରରେ ବିଜେଡି ପ୍ରତିବାଦ କରିବ ବୋଲି ସୂଚନା ରହିଛି ।