ରୋଷେଇ ଗ୍ୟାସ୍ ବୃଦ୍ଧି ପ୍ରତିବାଦରେ ବିଜେଡିର ପ୍ରତିବାଦ : ସମ୍ବଲପୁର-କଟକ ପରେ ବ୍ରହ୍ମପୁର ଆରଡିସି ଅଫିସ ଆଗରେ ବିକ୍ଷୋଭ

ସାମିଲ ହେଲେ ଛାମୁଆ ନେତା, ଦର ନକମାଇଲେ ଆନ୍ଦୋଳନ ଜୋରଦାର କରିବାକୁ ଚେତାବନୀ

80

କନକ ବ୍ୟୁରୋ : ରୋଷେଇ ଗ୍ୟାସ ଦର ବୃଦ୍ଧିକୁ ବିରୋଧ କରି ଆନ୍ଦୋଳନକୁ ଜାରି ରଖିଛି ବିଜେଡି । କଟକ ଓ ସମ୍ବଲପୁର ପରେ ଆଜି ବ୍ରହ୍ମପୁରରେ ପ୍ରତିବାଦ କରୁଛି ବିଜୁ ଜନତା ଦଳ । ବ୍ରହ୍ମପୁରସ୍ଥିତ ଦକ୍ଷିଣାଂଚଳ ଆରଡିସି ଅଫିସ ଆଗରେ ବିଜେଡି ଏହି ପ୍ରତିବାଦ କରୁଛି । ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ଗ୍ୟାସ ଦରବୃଦ୍ଧିକୁ ବିଜେଡି ପ୍ରତିବାଦ କରୁଛି । ଏହି ପ୍ରତିବାଦରେ ଦଳର ଛାମୁଆ ନେତା ସାମିଲ ହେଉଚନ୍ତି । ରୋଷେଇ ଗ୍ୟାସରେ ୩ ବର୍ଷରେ ୭୦ ପ୍ରତିଶତ ଦରବୃଦ୍ଧି ହୋଇଛି । ଯାହାକୁ ବିରୋଧ କରୁଛି ବିଜେଡି । ଦର ନ କମିବା ଯାଏଁ ଆନ୍ଦୋଳନ କରାଯିବ ବୋଲି ବିଜେଡି କହିଛି ।