କଂଗ୍ରେସର ବନ୍ଦକୁ ଉପହାସ ବୋଲି କହିଲା ବିଜେଡ଼ି : ବିଜେପି ଦ୍ୱାରା ପ୍ରାୟୋଜିତ ହୋଇ କଂଗ୍ରେସ ହରତାଳ କରିଥିବା ଅଭିଯୋଗ

ମମିତା ପ୍ରସଙ୍ଗରେ ବରୋଧିଙ୍କ ରାଜନୀତିକୁ ଗ୍ରହଣ କରୁନାହାନ୍ତି ଲୋକେ

148

କନକ ବ୍ୟୁରୋ : କଂଗ୍ରେସର ବନ୍ଦ ପାଳନ ପରେ ବିଜେଡ଼ିର ପ୍ରେସମିଟ । ବିଜେଡ଼ି କହିଛି ମମିତାଙ୍କ ପରିବାର ଏ ପ୍ରସଙ୍ଗରେ ରାଜନିତୀକରଣ ନକରିବା ପାଇଁ ଅନୁରୋଧ କରିଥିଲେ । ମାତ୍ର ବିରୋଧୀ ତା’ପରେ ଯେଉଁ ରାଜନୀତି କରୁଛି ତାହା ନିନ୍ଦାଜନକ । ସାଧାରଣ ଲୋକେ ଏହି ଆନ୍ଦୋଳନକୁ ବରଖାସ୍ତ କରିଛନ୍ତି । କଂଗ୍ରେସ ବିଜେପି ଦ୍ୱାରା ପ୍ରାୟୋଜିତ ହୋଇ ଏହି ହରତାଳ କରିଥିଲା । ଏହି ହରତାଳର ରେଜଲ୍ଟ ଉଭୟ ବିରୋଧୀଙ୍କ ପାଇଁ ଚେତାବନୀ ବୋଲି କହିଛି ବିଜେଡ଼ି । ଏହାକୁ ଲୋକମାନେ ଗ୍ରହଣ କରିନାହାନ୍ତି ବୋଲି ସେମାନେ ବୁଝିବା ଦରକାର । ରାହୁଲ ଗାନ୍ଧୀଙ୍କ ଅଗୋଚରରେ ଏଠି ବିଜେପି ଓ କଂଗ୍ରେସ ମଧ୍ୟରେ ମେଂଟ ହୋଇଯାଇଛି ବୋଲି ବିଜେଡ଼ି କହିଛି ।

ସେପଟେ, ପ୍ରେସମିଟ କରି କଂଗ୍ରେସ କହିଛି, ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ସଫଳ ହୋଇଥିବାରୁ ରାଜ୍ୟବାସୀଙ୍କୁ ଧନ୍ୟବାଦ । ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିସ୍କାର ଓ ମମିତାଙ୍କୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କଂଗ୍ରେସ କହିଛି । ସେହିପରି ଏହି ଆନ୍ଦୋଳନକୁ ବନ୍ଦ କରିବା ପାଇଁ ଯେଉଁମାନେ ହାଇକୋର୍ଟକୁ ଯାଇଥିଲେ ସେମାନେ ବିଜେଡ଼ି ଲିଗାଲ ସେଲର କର୍ମକର୍ତା ବୋଲି କଂଗ୍ରେସ ଅଭିଯୋଗ କରିଛି । କଂଗ୍ରେସର ବଡ଼ ଧରଣର ବନ୍ଦ ଡ଼ାକରାକୁ ଭଣ୍ଡୁର କରିବାକୁ ଉଦ୍ୟମ ହୋଇଥିଲା । ତାହା ଫେଲ ମାରିଛି ବୋଲି କଂଗ୍ରେସ କହିଛି । ହାଇକୋର୍ଟଙ୍କ ରାୟ ମାନି ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ କରିଥିବାରୁ କର୍ମୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ବରିଷ୍ଠ ନେତା ।