ଦରଦାମ ବୃଦ୍ଧି ପ୍ରତିବାଦରେ ଆନ୍ଦୋଳନ କରିବ ବିଜେଡି । ପ୍ରେସମିଟ୍ କରି କେନ୍ଦ୍ରକୁ କଲା ଟାର୍ଗେଟ୍ ।

152

କନକ ବ୍ୟୁରୋ : ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଳାଇବ ବିଜେଡି । ସାମ୍ବାଦିକ ସମ୍ମିଳନ କରି ଦଳ ଦରବୃଦ୍ଧିକୁ ସମାଲୋଚନା କରିଛି । ବିଜେପି ସରକାର ଉପରେ ବର୍ଷିଛି ବିଜେଡି । ୭୦ପ୍ରତିଶତ ଦର କେବେ ବୃଦ୍ଧି ହୋଇନଥିଲା ଏବଂ ୩ବର୍ଷରେ ଦର ଆକାଶଛୁଆଁ ହୋଇଥିବା ବିଜେଡି କହିଛି । କେନ୍ଦ୍ର ସରକାର କହୁଥିବା ଅଚ୍ଛେ ଦିନ, ଦୁର୍ଦ୍ଦିନରେ ପରିଣତ ହୋଇଛି, ଓଡ଼ିଶାର ମାଆ ଭଉଣୀ ଏହାର ପ୍ରତିବାଦ କରିବେ ବୋଲି ବିଜେଡି ଉପସଭାପତି ପ୍ରମିଳା ମଲ୍ଲିକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ବିଜୁ ଜନତା ଦଳର ୩ଟି ଶାଖା ବିକ୍ଷୋଭ କରିବେ । ୨୨ନଭେମ୍ବର କଟକ ଆରଡିସି କାର୍ଯ୍ୟାଳୟରେ ସାମ୍ନାରେ ବିକ୍ଷୋଭ, ୨୩ତାରିଖରେ ସମ୍ବଲପୁର ଆରଡିସି କାର୍ଯ୍ୟାଳୟ ଓ ୨୪ତାରିଖରେ ବ୍ରହ୍ମପୁର ଆରଡିସି କାର୍ଯ୍ୟାଳୟରେ ଦଳ ପକ୍ଷରୁ ବିକ୍ଷୋଭ କରାଯିବ ବୋଲି ବିଜେଡି ବିଧାୟକ ପ୍ରଣବ ବଳବନ୍ତରାୟ କହିଛନ୍ତି ।

ଏହାସହ ନ୍ୟାସନାଲ ଫ୍ୟାମିଲି ହେଲ୍ଥ ସର୍ଭେ ଅନୁଯାୟୀ ଉଜ୍ଜ୍ୱଳା ଯୋଜନା ପରେ ଗ୍ୟାସ ସିଲିଣ୍ଡର ବ୍ୟବହାର କମ ହୋଇଛି । ଗ୍ୟାସ ରିଫିଲିଂ ହାର କମିଥିବା ସିଏଜି ରିପୋର୍ଟରୁ ସ୍ପଷ୍ଟ ହୋଇଛି । କାଠରେ ରୋଷେଇ କରିବାକୁ କେନ୍ଦ୍ର ସରକାର ବାଧ୍ୟ କରୁଥିବା ଦଳ ଅଭିଯୋଗ କରିଛି । ବିଜେଡିର ଛାମୁଆ ଶାଖା ଏହାର ବିରୋଧ କରିବ ବୋଲି ବିଜେଡି ବିଧାୟକ ବ୍ୟୋମକେଶ ରାୟ ସୂଚନା ଦେଇଛନ୍ତି ।