କୋଶଳୀ, ହୋ, ମୁଣ୍ଡାରି ଓ ଭୂମିଜ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବାକୁ ବିଜେଡିର ଦାବି : ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତ ସମୟରେ ହସ୍ତକ୍ଷେପ ପାଇଁ ଦାବି କରିବ ଦଳ

ବାରମ୍ବାର ଦାବି ସତ୍ୱେ ପଦକ୍ଷେପ ନେଉନାହାନ୍ତି କେନ୍ଦ୍ର ସରକାର

92

କନକ ବ୍ୟୁରୋ : ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବାକୁ ବିଜେଡିର ଦାବି । ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଲେ ‘ଭାଷାକୁ ମିଳୁ ମାନ୍ୟତା’ । ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି । ବିଜେଡି ଓ ରାଜ୍ୟବାସୀଙ୍କ ତରଫରୁ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରାଯିବ । ଓଡ଼ିଶା ଇଂରେଜ ସମୟରୁ ଭାଷା ପାଇଁ ସଂଗ୍ରାମ କରି ଆସିଛି । ବିଜୟ ବି ପାଇଛି । ସାଢ଼େ ୪ କୋଟିରୁ ୧ କୋଟି ମାତୃଭାଷାକୁ ଅଲଗା ଭାବେ ବ୍ୟବହାର କରନ୍ତି । ସେ କୋଶଳୀ, ହୋ, ମୁଣ୍ଡାରୀ, ଭୂମିଜ ପରି ଭାଷା । ଉପା ଓ ମୋଦି ସରକାରଙ୍କ ପାଖରେ ମୁଖ୍ୟମନ୍ତ୍ରୀ ଅଷ୍ଟମ ପରିଛେଦରେ ସାମିଲ ହେବାକୁ ଦୃଷ୍ଟି ଆକର୍ଷଣ କରି ଆସିଛନ୍ତି ।

ରାଜନୈତିକ ଦଳ ନିର୍ବାଚନ ଇସ୍ତହାରରେ ଏହାକୁ ଉଲ୍ଲେଖ କରିଥିଲେ,  ନିର୍ବାଚନ ଜିତିବା ପରେ ଭୁଲି ଗଲେ । ବାରମ୍ବାର ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କ ପାଖରେ ଓ ନୀତି ଆୟୋଗ ପାଖରେ ଦାବି କରିଛନ୍ତି । ଏଥିପାଇଁ ଏକ ବିଶେଷଜ୍ଞ କମିଟି ହୋଇଥିଲା, କମିଟି ମଧ୍ୟ ରିପୋର୍ଟ ଦେଇଛି । ଆମେ ସବୁ ସାଂଭିଧାନିକ ପ୍ରକ୍ରିୟା ସାରିଛୁ । ଆମେ ରାଷ୍ଟ୍ରପତିଙ୍କୁ ଭେଟିବୁ । ତାଙ୍କର ଏହି କ୍ଷମତା ଅଛି । ବିଜେଡିର ଓଡ଼ିଆ ଭାଷା, ସାହିତ୍ୟ,  ସାଂସ୍କୃତି ଶାଖା ପକ୍ଷରୁ ରାଷ୍ଟ୍ରପତିଙ୍କୁ ଭେଟିବୁ ।

ସେହିଭରି ବିଜେଡି ବିଧାୟିକା ବାସନ୍ତୀ ହେମ୍ବ୍ରମ କହିଛନ୍ତି, ଭାରତରେ ୩୦ ଲକ୍ଷ ଓ ଓଡ଼ିଶାରେ ୧୦ ଲକ୍ଷ ହୋ ଭାଷା ବ୍ୟବହାର କରନ୍ତି । ଏହି ଭାଷାରେ ବହୁ ମାଧୁର୍ୟ୍ୟ ଅଛି । ଏହାକୁ ମାନ୍ୟତା ନ ମିଳିଲେ, ଆଗାମୀ ଦିନରେ ଏହା ଲୋପ ପାଇଯିବ । ହୋ ଭାଷା ଲୋକଙ୍କୁ ଓଡ଼ିଆ କହିବାରେ ଅସୁବିଧା ହୁଏ ।  ମାନ୍ୟତା ମିଳିଲେ, ସେମାନେ ସମାଜରେ ତାଳରେ ତାଳ ଦେଇପାରିବେ ।

ଅନ୍ୟପକ୍ଷରେ ବିଜେଡି ସାଧାରଣ ସମ୍ପାଦିକା  ଶ୍ରୀମୟୀ ମିଶ୍ର କହିଛନ୍ତି, କୋଶଳୀ ବହୁତ ମିଠା ଭାଷା । ଏହି ଭାଷା ଶୁଣିଲେ, ଆତ୍ମାକୁ ଛୁଇଁ ଯାଏ । ୭୫ ଲକ୍ଷ ଲୋକ ଏହି ଭାଷା କହନ୍ତି । କୋଶଳୀରେ ରାମାୟଣ, ମହାଭାରତ ରଚନା କରାଯାଇଛି । ଏହି ଭାଷା ମନକୁ ପ୍ରଫୁଲିତ କରେ । ନୂଆଖାଇ ଭେଟଘାଟ ସାରା ଦେଶରେ ଆଦୃତ । ଲୋକ ଏହି ଭାଷାକୁ ଆଗେଇ ନେବାକୁ ଚାହୁଁଛନ୍ତି । କେନ୍ଦ୍ର ସରକାର ଏହାକୁ ଅଷ୍ଟମ ଅନୁଛେଦରେ ସାମିଲ କରନ୍ତୁ । ଆମ ପଶ୍ଚିମ ଓଡ଼ିଶାରୁ ଅନେକ ବିଜେପି ସାଂସଦ ଅଛନ୍ତି । ସେମାନେ ଏହି କଥା ସଂସଦରେ ଉଠେଇଲେ, ରାଜ୍ୟବାସୀ ଧନ୍ୟ ପାଇବେ ।