ରାଜ୍ୟର ସ୍ୱାସ୍ଥ୍ୟ ସେବାର ଉପଲବ୍ଧିକୁ ନେଇ ବିଜେଡିର ସମ୍ବାଦିକ ସମ୍ମିଳନୀ: ସନ୍ତୃପ୍ତ ମିଶ୍ର କହିଲେ, ସ୍ୱାସ୍ଥ୍ୟ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ସବୁବେଳେ ୩ଟି ଦିଗକୁ ଗୁରୁତ୍ୱ ଦିଅନ୍ତି

93

କନକ ବ୍ୟୁରୋ: ରାଜ୍ୟରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସରକାରଙ୍କ ଉପଲବ୍ଧି ବିଷୟରେ କହିଲେ ବିଜେଡି ମୁଖପାତ୍ର । ସନ୍ତୃପ୍ତ ମିଶ୍ର କହିଲେ, ମୁଖ୍ୟମନ୍ତ୍ରୀ କହିଛନ୍ତି ସ୍ୱାସ୍ଥ୍ୟ ହିଁ ସମ୍ପଦ । ସ୍ୱାସ୍ଥ୍ୟ ବିନା କୌଣସି ଦେଶର ଅର୍ଥନୀତି ଆଗକୁ ଯାଇପାରିବନି । ତେଣୁ ରାଜ୍ୟର ପ୍ରତ୍ୟେକ ଜୀବନ ମୂଲ୍ୟବାନ ବୋଲି ବିବେଚନା କରନ୍ତି । ଫଳରେ ସେ ସ୍ୱାସ୍ଥ୍ୟ କ୍ଷେତ୍ରରେ ୩ଟି ଦିଗ ଉପରେ ବିଶେଷ ଗୁରୁତ୍ୱ ଦିଅନ୍ତି।

୧-ପ୍ରତ୍ୟେକ ଲୋକଙ୍କୁ ସୁବିଧାରେ ସ୍ୱାସ୍ଥ୍ୟ ସେବା
୨-ଭଲ ଚିକିତ୍ସା
୩-ଶସ୍ତାରେ ଗୁଣାତ୍ମକ ଚିକିତ୍ସା

-ସ୍ୱାସ୍ଥ୍ୟର ପ୍ରତିଶୋଧକ ଟୀକା ମୁଖ୍ୟ। ତେଣୁ କୋଭିଡ ସମୟରେ ୯୦ ପ୍ରତିଶତ ଲୋକଙ୍କୁ ରାଜ୍ୟ ସରକାର ଟୀକା ଦେଇଛନ୍ତି । ଯାହାକି ଜାତୀୟ ହାରଠାରୁ ମଧ୍ୟ ଅଧିକ। ଏହାସହ ଯଦି ପୁଣି କେବେ କୋଭିଡ ମହାମାରୀ ଭଳି ଅବସ୍ଥା ଆସେ ସେଥିପାଇଁ ସରକାର ପ୍ରସ୍ତୁତି କରିଛନ୍ତି। -ଖେଳ ଭିତ୍ତିଭୂମିର ବିକାଶ କରାଯାଇଛି ଲୋକଙ୍କୁ ଫିଟ୍ ରଖିବା ପାଇଁ।
– ଓଡ଼ିଶାରେ ୨୨-୨୩ରେ ୨୫୨୫ ଡାକ୍ତର ଓ ୧୦୪୪ ବିଶାରଦ ସୃଷ୍ଟି କରିଛନ୍ତି ରାଜ୍ୟ ସରକାର।
-ସେହିଭଳି ଗତ ୪ ବର୍ଷରେ ୪୦୦୦ ଡାକ୍ତର , ୯୦୦୦ ନର୍ସ ନିଯୁକ୍ତି ହୋଇଛନ୍ତି।
-ଏମିତି କି ଓଡ଼ିଆ ମିଡିୟମରେ ପାଠ ପଢ଼ୁଥିବା ପିଲାଙ୍କ ପାଇଁ ଡାକ୍ତରି ପାଠରେ ୧୫ ପ୍ରତିଶତ ସଂରକ୍ଷଣର ବ୍ୟବସ୍ଥା କରାଯାଇଛି।
-ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଏକ ଯୁଗାନ୍ତକାରୀ ପଦକ୍ଷେପ। ଯେଉ ଯୋଜନା ପୃଥିବୀରେ ବିରଳ । ଏହା ମଧ୍ୟରେ ଗରିବ ଲୋକ ବଡ଼ ହସ୍ପିଟାଲରେ ଚିକିତ୍ସିତ ହୋଇ ପାରୁଛନ୍ତି। ରାଜ୍ୟରେ ୬୫୨ ହସ୍ପିଟାଲ, ରାଜ୍ୟ ବାହାରେ ୧୬୪ ହସ୍ପିଟାଲରେ ଚିକିତ୍ସିତ ହୋଇ ପାରୁଛନ୍ତି। ଏଥିରେ କୋଟିଏ ଲୋକ ସାମିଲ ହୋଇଛନ୍ତି।
-୨୦୨୦ରେ ୭୦ ପ୍ରତିଶତ ଲୋକ ଥିବା ବେଳେ ଏବେ ଏହା ମାତ୍ର ୧୦ ରୁ ୧୧ ପ୍ରତିଶତରେ ପହଁଚିଛି।
– ନିରାମୟ ଯୋଜନାରେ ମାଗଣାରେ ୭୫୦ ଟି ଔଷଧ ମିଳୁଛି। ନିଦାନରେ ମାଗଣାରେ ପରୀକ୍ଷା ହେଉଛି।
-୧୦୮ ଆମ୍ବୁଲାନ୍ସ ଦ୍ୱାରା ଲୋକ ଡାକ୍ତରଖାନା ପହଁଚି ପାରୁଛନ୍ତି। ୨୦ ମିନିଟରେ ରୋଗୀ ଡାକ୍ତରଖାନାରେ ପହଂଚି ପାରୁଛନ୍ତି।
-ଆମ କ୍ଲିନିକ ପାଇଁ ମଧ୍ୟ ଅନେକ ଲୋକ ସୁବିଧା ପାଇ ପାରୁଛନ୍ତି।
-ମୁଖ୍ୟମନ୍ତ୍ରୀଙ୍କ ବାୟୁସେନା ମାଧ୍ୟମରେ ଡାକ୍ତରମାନେ ଗାଁକୁ ଯାଇ ଚିକିତ୍ସା କରିବେ।
-ମୋବାଇଲ କ୍ଲିନିକର ବ୍ୟବସ୍ଥା ହୋଇଛି।
-ବିଏସକେଓ୍ବାଇ ପାଇଁ ୨୦୦୫ରୁ ୨୦୨୦ ଶିଶୁ ମୃତ୍ୟୁ ହାର ୭୫ ରୁ ୩୬କୁ ଖସିଛି
-ମ୍ୟାଲେରିଆ ସର୍ବୋଚ୍ଚ ୯୪ ପ୍ରତିଶତ କମିଛି
– ସରକାର କୀଟାଣୁ ନାସକ ମଶାରୀ ଯୋଗାଇ ଦେଇଛନ୍ତି
-ଟିବି ରୋଗ ମଧ୍ୟ କମିଛି