କନକ ବ୍ୟୁରୋ: ରାଜନୈତିକ ପ୍ରତିଦ୍ୱନ୍ଦିତା ଭିତରେ ବିଜେଡିର ଟିକେଟ୍ କସରତ ଜାରି ରହିଛି । ଏହି କ୍ରମରେ ଆଜି ୬ଟି ସଂସଦୀୟ କ୍ଷେତ୍ରର ବିଧାୟକ, ନେତା ଓ ପର୍ଯ୍ୟପେକ୍ଷକଙ୍କ ସହ ଚର୍ଚ୍ଚା କରିଛନ୍ତି ବିଜେଡି ସୁପ୍ରିମୋ । ପୂର୍ବାହ୍ନରେ ସମ୍ବଲପୁର, ସୁନ୍ଦରଗଡ଼ ଓ ଢେଙ୍କାନାଳ ଲୋକସଭା କ୍ଷେତ୍ରର ସମୀକ୍ଷା କରାଯାଇଥିବା ବେଳେ ଅପରାହ୍ନରେ ଜଗତସିଂହପୁର, ଯାଜପୁର ଏବଂ କଟକ ଲୋକସଭା ଆସନ ଏବଂ ଏହା ଅଧିନରେ ଆସୁଥିବା ୭ ବିଧାନସଭା ଆସନରେ ଦଳର କେଉଁ ନେତାଙ୍କୁ ଟିକେଟ୍ ଦିଆଯିବ ସେ ସଂକ୍ରାନ୍ତରେ ଚର୍ଚ୍ଚା ହୋଇଛି ।

Advertisment

ବିରୋଧୀ ପ୍ରାର୍ଥୀଙ୍କୁ ମାତ୍ ଦେବା ପାଇଁ କିଏ ଯୋଗ୍ୟ ପ୍ରାର୍ଥୀ? ଦଳକୁ ଜିତାଇବାରେ କେଉଁ ନେତା ସକ୍ଷମ? ମୁଖ୍ୟତଃ ଏହି ଦୁଇଟି ବିନ୍ଦୁରେ କେନ୍ଦ୍ରୀତ ରହିଛି ବିଜେଡିର ପ୍ରାର୍ଥୀ ଚୟନ କସରତ । ସୁପ୍ରିମୋଙ୍କ ଲୋକପ୍ରିୟତା ଓ ବିକାଶଧାରାକୁ ବଜାର ରଖିବା ପାଇଁ ଯିଏ ଯୋଗ୍ୟ, ହୁଏତ ସେ ଟିକେଟ୍ ପାଇବ ବୋଲି କୁହାଯାଉଛି ।

ପୂର୍ବାହ୍ନରେ ମନ୍ଥନ ହୋଇଥିବା ସମ୍ବଲପୁର, ସୁନ୍ଦରଗଡ଼ ଓ ଢେଙ୍କାନାଳ ଆସନରୁ ୨ଟି ବିଜେପି ହାତରେ ଥିବା ବେଳେ ଗୋଟିଏ ଲୋକସଭା ଶାସକ ବିଜେଡି ହାତରେ ରହିଛି । କିନ୍ତୁ ‘୨୪’ ଲଢ଼େଇରେ ୩ରୁ ୩ ଲୋକସଭା ଆସନ ପୋଛି ନେବା ଲକ୍ଷ୍ୟରେ ରହିଛି ବିଜୁ ଜନତା ଦଳ । ଏହି ଲକ୍ଷ୍ୟ ନେଇ ଦଳୀୟ ନେତା, ବିଧାୟକ, ସାଂସଦ, ପର୍ଯ୍ୟବେକ୍ଷକଙ୍କ ସହ ଚର୍ଚ୍ଚା ଆଲୋଚନା କରିଛନ୍ତି ସୁପ୍ରିମୋ ।

  • ବିଜେଡି ଫୋକସରେ ସମ୍ବଲପୁର
  • ଏଥର ବଦଳିବ ସମ୍ବଲପୁର ଗଣିତ?

ସମ୍ବଲପୁର ଲୋକସଭା ଆସନର ଗଣିତ କହୁଛି, ସମ୍ବଲପୁର ଅଧିନରେ ଆସୁଥିବା ୭ ବିଧାନସଭା ଆସନରୁ ବିଜେଡି ୪ଟି ଆସନ ଜିତିଥିବା ବେଳେ ବିଜେପି ହାତରେ ରହିଛି ୩ଟି ଆସନ । ତେବେ ସମ୍ବଲପୁର ଲୋକସଭା ଆସନ ସହ ସଂପୂର୍ଣ୍ଣ ୭ ବିଧାନସଭା ଆସନ ଜିତିବା ପାଇଁ ଲକ୍ଷ୍ୟ ରଖିଛି ଦଳ ।publive-imageଏପଟେ ଢେଙ୍କାନାଳ ଲୋକସଭା ଆସନରେ ବିଜେଡିକୁ ମିଳିଥିବା ସଫଳତା ଦୋହରାଇବା ଲକ୍ଷ୍ୟରେ ରହିଛି ଦଳ । ଗତଥର ଭଳି ଲୋକସଭା ଆସନ ସମେତ ୭ରୁ ୭ ବିଧାନସଭା ଆସନ ଜିତିବା ଲକ୍ଷ୍ୟରେ ରହିିଛି ବିଜେଡି । ତେବେ ସୁନ୍ଦରଗଡ଼ ଲୋକସଭା ଆସନ ପାଇଁ ବିଜେଡି କରିଛି ସ୍ୱତନ୍ତ୍ର ରଣନୀତି । କାରଣ, ଗତ ଦୁଇଟି ନିର୍ବାଚନରେ ବିଜେପି କବଜାରେ ରହିଛି ସୁନ୍ଦରଗଡ଼ ଲୋକସଭା । ଏଥର ଜୁଏଲ୍ ଓରାମଙ୍କୁ ଘେରିବା ପାଇଁ ବିଜେଡି ପ୍ରସ୍ତୁତ ହେଉଛି ।publive-imageଏସବୁ ଭିତରେ ଅପରାହ୍ନରେ ବିଜେଡି ଜଗତସିଂହପୁର, ଯାଜପୁର ଏବଂ କଟକ ଲୋକସଭା ଆସନ ଏବଂ ଏହି ଲୋକସଭା ଅଧିନରେ ଆସୁଥିବା ୨୧ଟି ବିଧାନସଭା ଆସନ ନେଇ ସମୀକ୍ଷା କରିଛନ୍ତି ବିଜେଡି ସୁପ୍ରିମୋ । ତେବେ ଦିନ ତମାମ୍ ଆଲୋଚନା କରିବା ସହ ବିକାଶ ବାର୍ତ୍ତା ନେଇ ଲୋକଙ୍କ ପାଖକୁ ଯିବା ପାଇଁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।