କନକ ବ୍ୟୁରୋ: ଆସନ୍ତା ବିଧାନସଭା ମୌସୁମୀ ଅଧିବେଶନ ପାଇଁ ବିଜେଡିର ବ୍ଲୁ-ପଣ୍ଟ୍ । ପଞ୍ଚମ ପାଳିର ପ୍ରଥମ ମୌସୁମୀ ଅଧିବେଶନ ପୂର୍ବରୁ ବିଧାୟକଙ୍କ ସହ ରଣନୀତି ପ୍ରସ୍ତୁତ କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବୈଠକ ପରେ, ନବୀନ କହିଛନ୍ତି କି, ରାଜ୍ୟର ସ୍ୱାର୍ଥ ନେଇ ବିଧାନସଭାରେ ସମସ୍ତ ପ୍ରକାର ଆଲୋଚନା କରିବାକୁ ପ୍ରସ୍ତୁତ ରହିଛି ବିଜେଡି । ୨୦୧୯ ନିର୍ବାଚନୀ ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତି ପାଳନ କରିବୁ । ତେଣୁ ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର ସରକାରଙ୍କ ସହଯୋଗ ଆବଶ୍ୟକ ବୋଲି କହିଛନ୍ତି ନବୀନ ।
ଅନ୍ୟପଟେ ଆସନ୍ତା ୨୫ ତାରିଖରୁ ଷୋଡଶ ବିଧାନସଭାର ଅଧିବେଶନ ଆରମ୍ଭ ହେବ । ତେଣୁ ବିଜେଡି ସରକାରର ପଞ୍ଚମ ପାଳିର ପ୍ରଥମ ବିଧାନସଭା ଅଧିବେଶନ ପୂର୍ବରୁ ସମସ୍ତ ବିଧାୟକ ଏବଂ ମନ୍ତ୍ରୀଙ୍କ ସହ ବୈଠକ କରିଛନ୍ତି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/06/CM1.jpg)