କନକ ବ୍ୟୁରୋ : ବହୁଦିନର ଛକାପଞ୍ଝା ପରେ ଶେଷରେ ଯୁବ ଏବଂ ଛାତ୍ର ସଂଗଠନରେ ନବ କଳେବର କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଦୁଇ ଯୁବ ବିଧାୟକଙ୍କ ହାତରେ ଦେଇଛନ୍ତି ଦଳର ଯୁବ-ଛାତ୍ର ବାହିନୀର ଦାୟିତ୍ୱ । ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କୁ ବିଜୁ ଯୁବ ଜନତା ଦଳର ସଭାପତି ଦାୟିତ୍ୱ ଦିଆଯାଇଥିବେଳେ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କୁ ବିଜୁ ଛାତ୍ର ଜନତା ଦଳର ସଭାପତି ଭାବେ ନୂଆ ଦାୟିତ୍ୱ ଦିଆଯାଇଛି । ଏନେଇ ବିଧିବଦ୍ଧ ଭାବେ ସୂଚନା ଦେଇଛନ୍ତି ବିଜେଡି ସାଧାରଣ ସମ୍ପାଦକ( ମିଡ଼ିଆ ବ୍ୟାପାର) ମାନସ ମଙ୍ଗରାଜ ।
ତେବେ ବ୍ୟୋମକେଶ ପୂର୍ବରୁ ଛାତ୍ର ସଭାପତି ଦାୟିତ୍ୱ ତୁଲାଇଥିବାବେଳେ ସେହିଭଳି ବିଧାୟକ ନିର୍ବାଚିତ ପୂର୍ବରୁ ଦେବୀ ରଞ୍ଜନ ତ୍ରିପାଠୀ ମଧ୍ୟ ଛାତ୍ର ବାହିନୀର କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ୱ ତୁଲାଉଥିଲେ । ଏବେ ଦୁଇ ଜଣଙ୍କ ଉପରେ ଭରସା କରି ଦଳର ଯୁବ-ଛାତ୍ର ସଂଗଠନକୁ ମଜବୁତ କରିବାକୁ ବଡ଼ ଦାୟିତ୍ୱ ଦେଇଛନ୍ତି ବିଜେଡି ସୁପ୍ରିମୋ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/09/28-14.jpg)