ବିଜେପିକୁ ଘେରିଲା ବିଜେଡି: କହିଲା, ମିଥ୍ୟା ଗୁଇନ୍ଦା ଚିଠି ଦେଖାଉଛି ବିଜେପି, କର୍ଣ୍ଣାଟକରୁ ଚିଠି ଆଣି କହୁଛି ଗୁଇନ୍ଦା ରିପୋର୍ଟ

ଇସିରେ ଅଭିଯୋଗ ସହ କାର୍ଯ୍ୟାନୁଷ୍ଠାନ ପାଇଁ କରାଯିବ ଦାବି

328

କନକ ବ୍ୟୁରୋ:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଂପର୍କରେ ବିଜେପିର ଗୁଇନ୍ଦା ରିପୋର୍ଟ ନେଇ ବର୍ଷିଛି ବିଜେଡି । ବିଜେଡି ସାଂସଦ ପ୍ରତାପ ଦେବ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଜାଲ ଚିଠି ଦେଖାଇ ଲୋକଙ୍କୁ ବିଭ୍ରାନ୍ତ କରୁଛି ଭାରତୀୟ ଜନତା ପାର୍ଟି । ବିଜେଡି ଏନେଇ ଆଜି ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରିବ ଏବଂ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିବ । ଗତକାଲି ବିଜେପି ଦେଖାଇଥିବା ରିପୋର୍ଟରେ ଓଡ଼ିଶା ପୁଲିସର ସିଲ୍ ରହିଛି ।

ଏକ ଦସ୍ତଖତ ରହିଛି ଯେଉଁଥିରେ କୁହାଯାଇଛି-ଗଂଜାମ ହିଞ୍ଜିଳି ଆସନଟି ମୁଖ୍ୟମନ୍ତ୍ରୀଙ୍କ ପାଇଁ ସୁରକ୍ଷିତ ନୁହେଁ । ଏଠି କାଳିଆ ଟଙ୍କା ନେଇ ଲୋକଙ୍କ ଭିତରେ ଅସନ୍ତୋଷ ରହିଛି । ଭିିତିଭୂମିର ବିକାଶ ହୋଇପାରି ନାହିଁ । ଯାହାକୁ ନେଇ ଲୋକଙ୍କ ମଧ୍ୟରେ କ୍ଷୋଭ ରହିଛି । ତେଣୁ ମୁଖ୍ୟମନ୍ତ୍ରୀ ଏଠୁ ଲଢ଼ିବା ଉଚିତ ନୁହେଁ । ଡିଜି ପୁଲିସ୍ ଏ ସଂପର୍କରେ ଏକ ମାମଲା ରୁଜୁ ହୋଇଛି ବୋଲି ଘୋଷଣା କରିଥିଲେ । ଏକ ମିଛ ଦସ୍ତାବିଜ ଆଧାରରେ ରାଜନୈତିକ ଦଳ ପକ୍ଷରୁ ଏହିଭଳି ପ୍ରଚାର କରାଯାଉଛି ବୋଲି ଡିଜି ପୁଲିସ୍ କହିଥିଲେ । ଗୋଟିଏ ମିଛ ଦସ୍ତାବିଜକୁ ପ୍ରେସ କନଫରେନ୍ସରେ ରଖାଯାଇଛି ଯେଉଁଥିରେ ସତ୍ୟତା ନାହିଁ ବୋଲି ଡିଜି କହିଥିଲେ ।

ଉଲ୍ଲେଖ ଥାଉ କି, ବିଜେପି ପକ୍ଷରୁ ଗତକାଲି ସନ୍ଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀରେ ଗୁଇନ୍ଦା ବିଭାଗର ଏକ ଚିଠିକୁ ପ୍ରଦର୍ଶନ କରାଯାଇଥିଲା । ଏହାର କିଛି ସମୟରେ ପୁଲିସ୍ ଡିଜି ଟ୍ବିଟ୍ କରି ଚିଠିକୁ ନକଲି ଦର୍ଶାଇବା ସହ ଆଇନଗତ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଥିଲେ । ତେବେ ଏହି ଚିଠିକୁ ନକଲି କହି ବିଜେଡି ବି ପ୍ରତିବାଦ ଜଣାଇଛି।