ଜମୁଛି ପ୍ରଚାର । ଝାରସୁଗୁଡାରେ ବିଜେଡିର ପାୱାର ସୋ’

485

କନକ ବ୍ୟୁରୋ : ଝାରସୁଗୁଡାରେ ପାୱାର ସୋ’ କରିଛି ବିଜୁ ଜନତା ଦଳ ଓ ଭାରତୀୟ ଜନତା ପାର୍ଟି । ଏହି ଅବସରରେ ପ୍ରଥମେ ବିଜେଡି ପକ୍ଷରୁ ସରବାହାଲ ହାଇସ୍କୁଲ ପଡିଆରୁ ପୁରୁଣା ବସଷ୍ଟାଣ୍ଡ ଯାଏଁ ଏକ ବିଶାଳ ବାଇକ ରାଲି ଅନୁଷ୍ଠିତହୋଇଥିଲା । ବିଜେଡି ବରଗଡ଼ ଲୋକସଭା ପ୍ରାର୍ଥୀ ପରିଣିତାମିଶ୍ର, ଝାରସୁଗୁଡା ବିଧାୟକ ପ୍ରାର୍ଥୀ ଦୀପାଳି ଦାସ ରାଲିରେ ଉପସ୍ଥିତ ଥିଲେ । ଝାରସୁଗୁଡାବାସୀଙ୍କ ଆଶୀର୍ବାଦରେ ବିଜେଡି ବିଜୟୀ ହେଲେ ବିକାଶର ନନ୍ଦିଘୋଷକୁ ଆଗେଇ ନେବୁ ବୋଲି କହିଛନ୍ତି ଦୀପାଳି ।

ଅନ୍ୟପଟେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ବିଶାଳ ବାଇକ ରାଲି ସହର ପରିକ୍ରମା କରିଥିଲା । ପରେ ଏକ ଶୋଭାଯାତ୍ରା ସତସଙ୍ଗ ଭବନରୁ ବାହାରି କାଳୀମନ୍ଦିର ପର୍ଯନ୍ତ ଯାଇଥିଲା । ଏହି ଶୋଭାଯାତ୍ରାରେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଯୋଗ ଦେଇଥିଲେ । ଏହି ଶୋଭାଯାତ୍ରାରେ ବିଭିନ୍ନ ପ୍ରକାର ବାଦ୍ୟ ଓ ନୃତ୍ୟ ଦଳ ସାମିଲ ହୋଇଥିଲେ ।