ମେଂଟ ଚର୍ଚ୍ଚା ଭିତରେ ବିଜେଡିର ପ୍ଲାନ ‘ବି’: ନବୀନ ନିବାସରେ ଚାଲିଛି ଟିକେଟ କସରତ

505

କନକ ବ୍ୟୁରୋ: ବିଜେପି-ବିଜେଡି ମେଂଟ ଚର୍ଚ୍ଚା ଭିତରେ ବିଜେଡିର ପ୍ଲାନ ବି’ । କାହାକୁ କେଉଁ ଆସନରୁ ଟିକେଟ ମିଳିବ ଓ କିଏ ବାଦ୍ ପଡ଼ିବ, ଏସବୁକୁ ନେଇ ନବୀନ ନିବାସରେ ହୋଇଛି ରଣନୀତି । ମେଂଟକୁ ନେଇ ନେତାଙ୍କ ମଧ୍ୟରେ ଦ୍ୱନ୍ଦ ଦୂର ହେଉନଥିବା ବେଳେ ବିକଳ୍ପ ପ୍ଲାନ ପ୍ରସ୍ତୁତ କରି ରଖୁଛି ବିଜେଡି । କାରଣ ମେଂଟ ଯଦି ସମ୍ଭବପର ନ ହୁଏ, ଶେଷ ମୁହୁର୍ତରେ ଲଢିବା ପାଇଁ ଯୋଦ୍ଧା ପ୍ରସ୍ତୁତ ଥିବା ଦରକାର ।

ମେଂଟ ଚର୍ଚ୍ଚା ଭିତରେ ବିଜେଡି ଆରମ୍ଭ କରିଛି ନିର୍ବାଚନୀ ପ୍ରସ୍ତୁତି । କିଏ କେଉଁ ଆସନରେ ଲଢିବ, କାହକୁ ବାଦ ଦିଆଯିବ । ଏନେଇ ନବୀନ ନିବାସର ୱାର ରୁମରେ ଚାଲିଛି ରଣନିତୀ । ମେଂଟକୁ ନେଇ ନେତାଙ୍କ ମଧ୍ୟରେ ଥିବା ଦ୍ୱନ୍ଦ ତ ଦୂର ହେଉନି , କିନ୍ତୁ ପ୍ଲାନ ବି ପ୍ରସ୍ତୁତ କରି ରଖୁଛି ବିଜେଡି । କାରଣ ମେଂଟ ଯଦି ସମ୍ଭବପର ନ ହୁଏ, ଶେଷ ମୁହୁର୍ତରେ ଲଢିବା ପାଇଁ ଯୋଦ୍ଧା ପ୍ରସ୍ତୁତ ଥିବା ଦରକାର ।

ବୁଧବାର କୋରାପୁଟ ସଂସଦୀୟ କ୍ଷେତ୍ରର ନେତାଙ୍କୁ ଡାକି ସଂଗଠନ ଓ ଆଗାମୀ ରୋଡ୍ ମ୍ୟାପ ସଂକ୍ରାନ୍ତରେ ଓାନ ଟୁ ଓାନ ଆଲୋଚନା କରିଛନ୍ତି ବିଜେଡି ସୁ୍ପ୍ରିମୋ ତଥା କ୍ଷମତା କେନ୍ଦ୍ର ।
କୋରାପୁଟ ସଂସଦୀୟ କ୍ଷେତ୍ର- ଗୁଣୁପୁର, ବିଷମ କଟକ, ରାୟଗଡା, ଲକ୍ଷ୍ମୀପୁର, ଜୟପୁର, କୋରାପୁଟ ଓ ପଟାଙ୍ଗୀ ।

୨୦୧୯ ନିର୍ବାଚନରେ କୋରାପୁଟ ସଂସଦୀୟ କ୍ଷେତ୍ର ବିଜେଡି ହାତରୁ ଖସି କଂଗ୍ରେସ କବଜାକୁ ଯାଇଥିଲା ତେଣୁ କୋର୍ସ କରେକସନ କରି ବିଜେଡି ଆଗକୁ ବଢିବା ପାଇଁ ନେତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଚର୍ଚ୍ଚା ହେଉଛି ମହିଳା ଚେହେରାଙ୍କୁ ସାଂସଦ ପ୍ରାର୍ଥୀ ଭାବେ ମୈଦନାକୁ ଆଣିପାରେ ଦଳ । ସେହିପରି ବିଷମ କଟକ ଆସନ ପାଇଁ ମନ୍ତ୍ରୀ ଜଗନ୍ନାଥ ସାରକା ରିପିଟ ହୋଇପାରନ୍ତି । ଆଉ କିଛି ଆସନରେ ଦଳ ପ୍ରାର୍ଥୀ ପରିବର୍ତନ କରିବା ସମ୍ଭାବନା ରହିଛି ।

୨୦୧୯ ନିର୍ବାଚନରେ କୋରାପୁଟ ସଂସଦୀୟ କ୍ଷେତ୍ର ଅଧିନରେ ଥିବା ୭ ବିଧାନସଭା ଆସନରୁ ବିଜେଡି ୫ ଆସନରେ ଜିତିଥିବା ବେଳେ କଂଗ୍ରେସ ଗୋଟିଏ ଓ ସ୍ୱାଧୀନ ଗୋଟିଏ ଆସନରେ ବିଜୟ ହାସଲ କରିଥିଲେ ।… ଦ୍ୱିତୀୟାର୍ଦ୍ଧରେ ନବରଙ୍ଗପୁର ସଂସଦୀୟ କ୍ଷେତ୍ରକୁ ନେଇ ମଧ୍ୟ ଚର୍ଚ୍ଚା ହୋଇଛି । କୁହାଯାଉଛି ରମେଶ ମାଝୀଙ୍କ ପରିବର୍ତେ ପ୍ରଦୀପ ମାଝୀଙ୍କୁ ସାଂସଦ ପ୍ରାର୍ଥୀ କରିପାରେ ବିଜେଡି । ସେହିପରି ବର୍ତମାନର ସାଂସଦ ରମେଶ ମାଝୀଙ୍କୁ ଝରିଗାଁରୁ ବିଧାୟକ ପ୍ରାର୍ଥୀ ଭାବେ ଓହ୍ଲାଇପାରେ । କୁହାଯାଏ ନବରଙ୍ଗପୁର ଓ କୋରାପୁଟ ହେଉଛି ଦକ୍ଷିଣ ଓଡିଶାରେ କଂଗ୍ରେସର ଗଡ । ବିରୋଧୀଙ୍କୁ ଦୁର୍ବଳ କରିବା ପାଇଁ ବହୁ ପୂର୍ବରୁ ରଣନୀତି କରିଥିଲା ଦଳ । ସବୁ ସଂସଦୟୀ କ୍ଷେତ୍ର ସମୀକ୍ଷା ପରେ ଖୁବଶୀଘ୍ର ପର୍ଯ୍ୟାୟକ୍ରମେ ଟିକେଟ ଘୋଷଣା କରିବ ବିଜେଡି ।