ଧାମନଗର ଉପନିର୍ବାଚନ : ନାମାଙ୍କନର ଆଜି ଶେଷ ଦିନ; ପ୍ରାର୍ଥୀପତ୍ର ଦାଖଲ କରିବେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ

118

କନକ ବ୍ୟୁରୋ : ଧାମନଗର ଉପନିର୍ବାଚନର ଆଜି ନାମାଙ୍କନ ଦାଖଲର ଶେଷ ଦିନ । ପୂର୍ବରୁ ବିଜେପି ଓ କଂଗ୍ରେସ ପ୍ରାର୍ଥୀ ନାମାଙ୍କନ ଦାଖଲ କରିସାରିଛନ୍ତି । ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନରେ ଆଜି ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ନାମଙ୍କନ ଦାଖଲ କରିବେ । ତେବେ ବିଜେଡି ପ୍ରାର୍ଥୀ ଘୋଷଣା ପରେ ଦଳ ଭିତରେ ଅସନ୍ତୋଷ ପ୍ରକାଶ ପାଇଛି ।

ଟିକେଟ ପାଇବାରୁ ବଞ୍ଚିତ ହୋଇଥିବା ରାଜୁ ଦାସ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ହେଉଛି । ଏପରିକି ତାଙ୍କ ଭାଇ ନାମାଙ୍କନ ପତ୍ର ମଧ୍ୟ କିଣିଥିବାର ସୂଚନା ମିଳୁଛି । ତେଣୁ ରାଜୁ ଦାସ ଆଜି ନାମାଙ୍କନ ଦାଖଲ କରିପାରନ୍ତି ବୋଲି କୁହାଯାଉଛି । ବିଜେଡି ପୂର୍ବରୁ ରାଜୁଙ୍କୁ ମନାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇପାରି ନାହିଁ । ଏସବୁ ଭିତରେ ସେସିଆଲ ମିଡିଆରେ ରାଜୁ ଦାସଙ୍କ ଏକ ଲୁହ ଭରା ଚିଠି ଏବେ ଭାଇରାଲ ହେବାରେ ଲାଗିଛି । ଏଥିରେ ସେ ନିଜ ସମର୍ଥକଙ୍କୁ ଲଢ଼ିବେ କି ନାହିଁ, ଏନେଇ ପରାମର୍ଶ ଲୋଡିଛନ୍ତି ।