କନକ ବ୍ୟୁରୋ: ନବୀନ ନିବାସରେ ଆରମ୍ଭ ହେଲା ବିଜେଡି ସାଂସଦୀୟ ଦଳ ବୈଠକ ଆରମ୍ଭ ହୋଇଛି । ବୈଠକରେ ନବନିର୍ବାଚିତ ହୋଇଥିବା ୧୨ ଜଣ ସାଂସଦ ତଥା ରମେଶ ଚନ୍ଦ୍ର ମାଝି, ଚନ୍ଦ୍ରଶେଖର ସାହୁ, ପ୍ରମୀଳା ବିଶୋଇ, ଅଚ୍ୟୁତ ସାମନ୍ତ, ଚନ୍ଦ୍ରାଣୀ ମୂର୍ମୁ, ମଂଜୁଲତା ମଣ୍ଡଳ, ଶର୍ମୀଷ୍ଠା ସେଠୀ, ପିନାକୀ ମିଶ୍ର, ଭର୍ତ୍ତୃହରି ମହତାବ, ମହେଶ ସାହୁ, ଅନୁଭବ ମହାନ୍ତି ଏବଂ ରାଜଶ୍ରୀ ମଲ୍ଲିକ ଉପସ୍ଥିତ ଅଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ତେବେ ବୈଠକରେ ନବ ନିର୍ବାଚିତ ସାଂସଦଙ୍କୁ ଗୁରୁମନ୍ତ୍ର ଦେବେ ଦଳିୟ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନ୍ଦ୍ର ବିରୋଧରେ ସଂସଦରେ କଣ ରହିବ ଦଳର ଆଭିମୁଖ୍ୟ ଓ ରଣନୀତି ସେ ନେଇ ଏହି ବୈଠକରେ ଆଲୋଚନା ହେବା ନେଇ ସୂଚନା ମିଳିଛି । ଏହା ସହିତ ଚଳିତ ଅଧିବେଶନରେ ସଂସଦରେ କିଏ ହେବ ଦଳର ନେତ , ତା ମଧ୍ୟ ବଛା ଯିବ । ଏହା ସହିତ ସାଂସଦଙ୍କୁ ଟିପ୍ସ ଦେବେ ନବୀନ । ନବୀନ ନିବାସରେ ବିଜେଡି ସଂସଦୀୟ ଦଳ ବୈଠକ ସରିବା ପରେ ପାର୍ଟି ଅଫିସରେ ହେବ ବିଜେଡି ବିଧାୟକ ଦଳ ବୈଠକ ।
ବିଜେଡିର ନବ ନିର୍ବାଚିତ ୧୧୨ ବିଧାୟକ ଆଜି ବୈଠକରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଦଳର ନେତା ପାଇଁ ପ୍ରସ୍ତାବ ପାରିତ କରାଇବେ । ଏହା ପରେ ନବୀନ ରାଜଭବନ ଯାଇ ରାଜ୍ୟପାଳଙ୍କ ନିକଟରେ ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିବେ । ଏହାକୁ ନେଇ ପାର୍ଟି ଅଫିସରୁ ନେଇ ନବୀନ ନିବାସ ଯାଏଁ ନେତାଙ୍କ ଭିଡ ଜମିଛି । ଆସନ୍ତା ୨୯ ତାରିଖରେ ଓଡିଶାରେ ଶପଥ ନେବ ନୂଆ ସରକାର । ପଂଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ନବୀନ ପଟ୍ଟନାୟକ । ଭୁବନେଶ୍ୱରର ପ୍ରଦର୍ଶନୀ ପଡିଆରେ ଏହି ଶପଥ ସମାରୋହ କାର୍ଯ୍ୟକ୍ରମ ହେବା ନେଇ ସୂଚନା ମିଳିଛି ।