ଆଜିଠାରୁ ବିଜେଡିର ଜନସର୍ମ୍ପକ ପଦଯାତ୍ରା ! ମୁଖ୍ୟମନ୍ତ୍ରୀ ଓ ଦଳୀୟ କର୍ମୀ ହେବେ ସାମିଲ, ପୁଣି ଉଠିବ କେନ୍ଦ୍ର ଅବହେଳା ପ୍ରସଙ୍ଗ

19

କନକ ବ୍ୟୁରୋ : କେନ୍ଦ୍ର ଅବହେଳାର ସ୍ଲୋଗାନରେ ଉଠିବ ପଡିବ ପୂରା ରାଜ୍ୟ । ବିଜେଡି ପୁଣିଥରେ ତାର ପୁରୁଣା ଅସ୍ତ୍ର କେନ୍ଦ୍ର ଅବହେଳାକୁ ଯୁଦ୍ଧ ମଇଦାନରେ ବ୍ୟବହାର କରିବାକୁ ଯାଉଛି । ଏଥିପାଇଁ ସମସ୍ତ ପ୍ରକୋର ପ୍ରସ୍ତୁତି ଶେଷ ହୋଇଛି । କେବଳ ନବୀନ ଶଙ୍ଖର ଶବ୍ଦକୁ ଅପେକ୍ଷା । ଆଉ ଆଜି ନବୀନ ଶଙ୍ଖ ଫୁଙ୍କି ପୁଣିଥରେ କର୍ମୀଙ୍କୁ ଜାଗ୍ରତ କରିବେ ।

ଆଜିଠୁ ପଦଯାତ୍ରା କରିବ ବିଜେଡି । ଗାନ୍ଧିଜୟନ୍ତୀଠାରୁ ଆରମ୍ଭ କରି ଜୟପ୍ରକାଶ ଜୟନ୍ତୀ ଯାଏଁ ଏହି ପଦଯାତ୍ରା ହେବ । ଭୁବନେଶ୍ୱରରୁ ଏହି ପଦଯାତ୍ରା ଆରମ୍ଭ ହେବ । ଏହି ପଦଯାତ୍ରାରେ ପୋଲାଭରମ ଓ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ଉଠାଇବ ବିଜେଡି । ଏହାସହ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରସଙ୍ଗକୁ ଫୋକସ କରିବ ବିଜେଡି । ଏହି ପଦଯାତ୍ରାରେ ମୁଖ୍ୟମନ୍ତ୍ରୀଙ୍କ ସମେତ ସମସ୍ତ ଦଳୀୟ କର୍ମୀ ସାମିଲ ହେବେ । ଏହାସହ ନବୀନ ସରକାରଙ୍କ ୧୭ ବର୍ଷର ଲୋକପ୍ରିୟ ଯୋଜନା ସର୍ମ୍ପକରେ ଲୋକଙ୍କୁ ବୁଝାଇବେ ଦଳୀୟ ନେତା ।