କନକ ବ୍ୟୁରୋ : ଆଡପ ପହଣ୍ଡି ବେଳେ ଚାରମାଳରେ ପ୍ରଭୁ ଶ୍ରୀବଳଭଦ୍ର ପଡିଯିବା ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛି ବିଜେଡି । ଭୁବନେଶ୍ୱର ମେୟର ତଥା ବିଜେଡି ନେତ୍ରୀ ସୁଲୋଚନା ଦାସ କହିଛନ୍ତି, ଗତକାଲି ପୁରୀରେ ପହଣ୍ଡି ସମୟରେ ଯେଉଁ ଅଘଟଣ ଘଟିଲା ତାହା ସାଢେ଼ ୪ କୋଟି ଓଡିଆଙ୍କ ସମେତ ସମସ୍ତ ଜଗନ୍ନାଥ ପ୍ରେମୀଙ୍କୁ ଆଘାତ ଦେଇଛି। ଏହି ତ୍ରୁଟି ଅକ୍ଷମଣୀୟ । ମହାପ୍ରଭୁ ତଳେ ପଡ଼ିବା ଘଟଣା ସମସ୍ତଙ୍କୁ ଆଘାତ ଦେଇଛି।

Advertisment

ଏଭଳି ଅଭାବନୀୟ ଘଟଣାକୁ ନେଇ ଉପମୁଖ୍ୟମନ୍ତ୍ରୀ ଓ ଆଇନ ମନ୍ତ୍ରୀଙ୍କ ବକ୍ତବ୍ୟ ସମସ୍ତଙ୍କୁ ବ୍ୟଥିତ କରିଛି। ଅକ୍ଷମଣୀୟ ତ୍ରୁଟିକୁ ନେଇ ମହାପ୍ରଭୁଙ୍କ ଇଚ୍ଛା କହିବା କୋଟି କୋଟି ଶ୍ରଦ୍ଧାଳୁଙ୍କ ମନରେ ଆଘାତ ଦେଇଛି। ବିଶ୍ବର କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କୁ ଆଘାତ ଦେଇଛି । ସମସ୍ତେ ବ୍ୟଥିତ, ମର୍ମାହତ। ବଡ଼ଠାକୁର ତଳେ ପଡ଼ିବା ଘଟଣା ସମସ୍ତଙ୍କୁ ମର୍ମାହତ କରିଛି। ଅନୁରୋଧ କି ସରକାର ନୀଳାଦ୍ରିବିଜେ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକୁ ସୁଚାରୁ ରୂପେ ତୁଲାନ୍ତୁ । ରଥଯାତ୍ରାରେ ଯେପରି ଆଉ କୌଣସି ସମସ୍ୟା ବା ବିଭ୍ରାଟ ଦେଖାନଦିଏ ସେଥିପାଇଁ ସମସ୍ତେ ସହଯୋଗ କରନ୍ତୁ ବୋଲି ଅନୁରୋଧ କରିଛନ୍ତି ସୁଲୋଚନା ଦାସ ।