ଆସିଲା ବିଜେଡିର ପଦାଧିକାରୀ ତାଲିକା । ଦଳରେ ୮ ଜଣ ବରିଷ୍ଠ ଉପସଭାପତି, ୯ ଜଣ ଉପସଭାପତିଙ୍କୁ ନିଯୁକ୍ତ ଦେଲେ ସୁପ୍ରିମୋ ନବୀନ ପଟ୍ଟନାୟକ ।

2,683

କନକ ବ୍ୟୁରୋ : ଆସିଲା ବିଜେଡ଼ି ପଦାଧିକାରୀ ତାଲିକା । ବିଜେଡ଼ିର ୮ଜଣ ବରିଷ୍ଠ ଉପସଭାପତିଙ୍କୁ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୯ଜଣ ଉପସଭାପତିଙ୍କୁ ଦାୟିତ୍ୱ ବଂଟନ କଲେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ । ଅନଙ୍ଗ ଉଦୟସିଂହ ଦେଓ, ପ୍ରସନ୍ନ ଆଚାର୍ଯ୍ୟ, ବିମ୍ବାଧର କୁଅଁର, ପ୍ରସନ୍ନ ପାଟ୍ଟସାଣୀ, ପ୍ରଫୁଲ୍ଲ ସାମଲ, ଅନନ୍ତ ଦାସ, ବିଜୟଶ୍ରୀ ରାଉତରାୟ, ଲାଲବିହାରୀ ହିମିରିକାଙ୍କୁ ମଧ୍ୟ ବରିଷ୍ଠ ଉପସଭାପତି ଦାୟିତ୍ୱ ମିଳିଛି ।

ଉପସଭାପତି ଦାୟିତ୍ୱ ମିଳିଛି ମଙ୍ଗଳା କିଷାନ, ସୌମ୍ୟରଞ୍ଜନ ପଟ୍ଟନାୟକ, ଦେବୀ ପ୍ରସାଦ ମିଶ୍ର, ବିକ୍ରମ କେଶରୀ ଆରୁଖ, ଉଷା ଦେବୀ, ପ୍ରମିଳା ମଲ୍ଲିକ୍, ବଦ୍ରି ନାରାୟଣ ପାତ୍ର, ପ୍ରଦୀପ କୁମାର ଅମାତ୍, ପଦ୍ମନାଭ ବେହେରା । ସେହିପରି ମୁଖ୍ୟ କାର୍ଯ୍ୟାଳୟର ସାଧାରଣ ସମ୍ପାଦକ ଦାୟିତ୍ୱ ମିଳିଛି ସଂଜୟ ଦାସ ବର୍ମାଙ୍କୁ ।