ସ୍ୱାମୀଙ୍କ ଟିକେଟ କଟିଲା, ସ୍ତ୍ରୀଙ୍କୁ ମିଳିଲା: ପାରାଦୀପରେ ସମ୍ବିତଙ୍କ ବଦଳରେ ପତ୍ନୀ ଗୀତାଞ୍ଜଳିଙ୍କୁ ପ୍ରାର୍ଥୀ କଲା ବିଜେଡି

2,074

କନକ ବ୍ୟୁରୋ: ପାରାଦୀପ ରାଜନୀତିରେ ନୂଆ ଚାଲ ଖେଳିଛି ବିଜେଡି । ସ୍ୱାମୀଙ୍କ ବଦଳରେ ସେଠାରେ ସ୍ତ୍ରୀଙ୍କୁ ଟିକେଟ ଦେଇଛି ବିଜେଡି । ସମ୍ବିତ ରାଉତରାୟଙ୍କ ବଦଳରେ ତାଙ୍କ ପତ୍ନୀ ଗୀତାଞ୍ଜଳି ରାଉତରାୟଙ୍କୁ ବିଜେଡି ପାରାଦୀପ ବିଧାନସଭା ଟିକେଟ ଦେଇଛି । ତେବେ ଏହି ଆସନରୁ ବିଜେଡି ଲଗାତାର ବିଜୟୀ ହୋଇ ଆସୁଥିଲା ବେଳେ ପ୍ରାର୍ଥୀ ପରିବର୍ତ୍ତନ କରି ବିଜେଡି କଣ ନୂଆ ଚାଲ ଖେଳିବ ତାହା ଦେଖିବା ବାକି ରହିଲା ।

ପାରାଦୀପ ଆସନ ସବୁବେଳେ ବିଜେଡିର ଗଡ ରହି ଆସିଛି । ଏହି ଆସନରୁ ବିଜେଡିରୁ ଟିକେଟ ପାଇ ଦାମ ରାଉତ ବିଧାୟକ ହୋଇଥିଲେ । ପରେ ୨୦୧୯ରେ ତାଙ୍କ ପୁଅ ସମ୍ବିତ ରାଉତରାୟଙ୍କୁ ବିଜେଡି ଟିକେଟ ଦେଇଥିଲା । ସମ୍ବିତ ସେଠାରୁ ବିଜୟୀ ହୋଇ ବିଧାୟକ ହୋଇଥିଲେ । ହେଲେ ୨୦୨୪ ନିର୍ବାଚନରେ ବିଜେଡି ସ୍ୱାମୀଙ୍କ ବଦଳରେ ସ୍ତ୍ରୀ ଗିତାଞ୍ଜଳୀଙ୍କୁ ଟିକେଟ ଦେଇଛି ।

ଏହି ଆସନ ଏଥର ସସପେନ୍ସ ରହିବ । କାରଣ ଆସନରେ ବିଜେଡି ପ୍ରାର୍ଥୀଙ୍କୁ ସବୁବେଳେ ଟକ୍କର ଦେଇ ଆସୁଥିଲେ ବାପି ସର୍ଖେଲ । ହେଲେ ତାଙ୍କ ପତ୍ନୀ ବିଜେଡିରେ ସାମିଲ ହେବା ପରେ ବାପି ସର୍ଖେଲ ବି ବିଜେଡିରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ କଂଗ୍ରେସ ଏହି ଆସନରୁ କାହାକୁ ପ୍ରାର୍ଥୀ କରିବ ତା ଉପରେ ସମସ୍ତଙ୍କ ନଜର ରହିଛି । ସେପଟେ ବିଜେପି ଏହି ଆସନ ପାଇଁ ସମ୍ପଦ କୁମାର ସ୍ୱାଇଁଙ୍କୁ ଟିକେଟ ଦେଇଛି ।