କନକ ବ୍ୟୁରୋ: ଆସନ୍ତାକାଲିଠାରୁ ବିଜେଡି ରାଜ୍ୟରେ ନୂଆ ଅଭିଯାନ ଆରମ୍ଭ କରିବ । ଏହି ଅଭିଯାନର ନାଁ ରହିଛି ଘରେ ଘରେ ଶଙ୍ଖ- ମତାମତ ଦିଅନ୍ତି ଆପଣ ପାଳନ କରନ୍ତି ନବୀନ । ଆସନ୍ତାକାଲି ପଂଚାୟତିରାଜ ଦିବସରେ ଏହି ଅଭିଯାନ ଆରମ୍ଭ ହେବ ।  ଏହି ଅଭିଯାନରେ ପ୍ରତ୍ୟେକ ଓଡିଆଙ୍କୁ ସାମିଲ କରାଯିବ ବୋଲି ଆଜି ଦଳ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ।  ସେହିଭଳି  ତୃଣମୂଳ ସ୍ତରରୁ ସଂଗ୍ରହ କରାଯିବ ଲୋକମତ । ସରକାରଙ୍କ ବିଭିନ୍ କଲ୍ୟାଣକାରୀ ଯୋଜନାର ସଫଳ କାର୍ଯ୍ୟକାରିତା ପାଇଁ  ଉପାଦାନ ସଂଗ୍ରହ କରାଯିବ ଓ ସମୟର ଆବଶ୍ୟକତା ଅନୁସାରେ ନୂଆ ପ୍ରସ୍ତାବ ଗ୍ରହଣ କରାଯିବ ।  ଏହାକୁ ନେଇ ପ୍ରସ୍ତୁତ ହେବ ଦଳର ଇସ୍ତାହାର ଓ ଏହାକୁ କାର୍ଯ୍ୟକାରୀ କରିବାକୁ ଦଳ ସଂକଳ୍ପବଦ୍ଧ ବୋଲି କହିଛି ବିଜେଡି ।

Advertisment

publive-image

ଓଡିଶାବାସୀଙ୍କର ସ୍ନେହ, ଶ୍ରଦ୍ଧା ଓ ଆଶୀର୍ବାଦରେ ବିଜୁ ଜନତା ଦଳ ୨୦୦୦ ମସିହାରୁ ଲୋକମାନଙ୍କର ସେବା କରିଆସୁଛନ୍ତି । ଜନସାଧାରଣଙ୍କର ଆଶା ଆକାଂକ୍ଷାକୁ ପୂରଣ କରିବା ସହିତ ଓଡିଶାର ସ୍ୱାଭିମାନ ଓ ସମ୍ମାନକୁ ବିଜୁ ଜନତା ଦଳ ଅଗ୍ରାଧିକାର ଦେଇଥିବାରୁ ଲୋକମାନଙ୍କ ଭିତରେ ଏହାର ଗ୍ରହଣୀୟତା ବଢି ଚାଲିଛି , ଯାହା ଏକ ଆଂଚଳିକ ଦଳ ପାଇଁ ନିଶ୍ଚିତ ରୂପେ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି । ବିଜୁ ଜନତା ଦଳର କାର୍ଯ୍ୟକ୍ରମ ହେଉଛି ଲୋକମାନଙ୍କର ଆଶା ଓ ଭରଷାକୁ ନେଇ  । ବିଜୁ ଜନତା ଦଳ ତାର ଜନକଲ୍ୟାଣ କାର୍ଯ୍ୟକ୍ରମ ପ୍ରସ୍ତୁତ କରେ ଲୋକମତ ଆଧାରରେ । ଯାହାକୁ କାର୍ଯ୍ୟକାରୀ କରିବା ପାିଁ ସବୁପ୍ରକାର ଉଦ୍ୟମ କରିଥାଏ । ଅନେକ ଦଳ ନିର୍ବାଚନ ପୂର୍ବରୁ ଇସ୍ତାହାର ପ୍ରକାଶ କରିଥାନ୍ତି , ହେଲେ ନିର୍ବାଚନ ପରେ ଇସ୍ତାହାରର କୌଣସି ପ୍ରାସଂଗିକତା ପ୍ରାୟତ ନଥାଏ ।  ଏହା କେବଳ ପ୍ରତିଶ୍ରୁତି ପୁସ୍ତିକା ଭାବରେ ନିର୍ବାଚନରେ ବ୍ୟବହୃତ ହୋଇଥାଏ । କିନ୍ତୁ ବିଜୁ ଜନତା ଦଳ କ୍ଷେତ୍ରରେ ଏହା ସଂପୂର୍ଣ୍ଣ ଅଲଗା । ଇସ୍ତାହାରରେ ଦିଆଯାଇଥିବା ପ୍ରତିଶ୍ରୃତି ପ୍ରତିବଦ୍ଧତାର ସହିତ କାର୍ଯ୍ୟକାରୀ କରିବା ପାଇଁ ବିଜୁ ଜନତା ଦଳ ସବୁବେଳେ ଗୁରୁତ୍ୱ ଦେଇଆସିଛନ୍ତି  ବୋଲି ଦଳ କହିଛି ।

publive-image

୨୦୧୪ରେ ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳ  ତାର ଇସ୍ତାହାରରେ ରାଜ୍ୟବାସୀଙ୍କୁ ଯେଉଁ ପ୍ରତିଶ୍ରୃତି ଦେଇଥିଲା, ନବ ନିର୍ବାଚିତ ସରକାର ଗଠନ ହେବାର ପ୍ରଥମ ମନ୍ତ୍ରୀ ପରିଷଦ ବୈଠକରେ ତାକୁ ସଂକଳ୍ପ ଭାବରେ ଗ୍ରହଣ କରି ସମସ୍ତ ଦେଶରେ ଉଦାହରଣ ସୃଷ୍ଟି  କରିଥିଲା ଏବଂ ତା ପରଠାରୁ ଇସ୍ତାହାରରେ ଦିଆଯାଇଥିବା ପ୍ରତିଶ୍ରୃତି ଗୁଡିକୁ ଅକ୍ଷରେ ଅକ୍ଷରେ କେବଳ ପାଳନ କରାଯାଇ ନାହିଁ ବରଂ ତାଠାରୁ ୍ଧିକ କାର୍ଯ୍ୟ  ମଧ୍ୟ ସଂପାଦିତ ହୋଇଛି । ଯାହାକୁ ବିରୋଧୀମାନେ ଅସ୍ୱୀକାର ମଧ୍ୟ କରିପାରିବେ ନାହିଁ । ତେବେ ମୁଖ୍ୟମନ୍ତ୍ରୀଙ୍କର କାର୍ଯ୍ୟକ୍ରମ ସମସ୍ତଙ୍କ ପାଇଁ , ସବୁ ବର୍ଗର ଲୋକମାନଙ୍କ ପାଇଁ । ସମସ୍ତଙ୍କ ପାଇଁ ବିକାଶ ସହିତ ମହିଳାମାନଙ୍କୁ ଅଗ୍ରାଧୀକାର ଦେଇ ବିଜେଡି ସରକାର ରାଜ୍ୟର ପ୍ରଗତି କ୍ଷେତ୍ର ଏକ ନୂତନ ଦିଗନ୍ତ ସୃଷ୍ଟି କରିଛି । ଆସନ୍ତା ନିର୍ବାଚନ ପାଇଁ ସବୁ ଦଳର ଇସ୍ତାହାର ପ୍ରସ୍ତୁତି ଚାଲିଛି । କିନ୍ତୁ ବିଜୁ ଜନତା ଦଳର ଇସ୍ତାହାର ପ୍ରସ୍ତୁତ କରନ୍ତି ଓଡିଶାର ଜନସାଧାରଣ । ଅର୍ଥାତ୍ ଜନସାଧାରଣଙ୍କ ସକ୍ରିୟ ସଂପୃକ୍ତି. ସହ ଯୋଗ, ମତାମତକୁ ଆଧାର କରି ପ୍ରସ୍ତୁତ ହୁଏ ଇସ୍ତାହାର ଓ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହାକୁ ଗ୍ରହଣ କରି କାର୍ଯ୍ୟକାରୀ କରିଥାନ୍ତି । କେବଳ ଭୌତିକ ବିକାଶ ନୁହେଁ, ଓଡିଶାବାସୀଙ୍କ ଖୁସି ପାଇଁ ବିଜୁ ଜନତା ଦଳ ବଦ୍ଧପରିକର  ବୋଲି ଦଳ ତରଫରୁ କୁହାଯାଇଛି ।