କନକ ବ୍ୟୁରୋ : ଢେଙ୍କାନାଳରେ ଧର୍ମେନ୍ଦ୍ରଙ୍କର କୌଣସି ପତିଆରା ନାହିଁ । ଧର୍ମେନ୍ଦ୍ର କ୍ଷେତ୍ର ପ୍ରସ୍ତୁତ କରିଲେ ମଧ୍ୟ ଏହାକୁ ଲୋକ ଗ୍ରହଣ କରିବେ ନାହିଁ । ବିଜେଡି ପୁଣିଥରେ ଏଠାରୁ ଜିତିବ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଢେଙ୍କାନାଳରୁ ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଏବେ ଏହାକୁ ନେଇ ମୁହଁ ଖୋଲିଛନ୍ତି ବରିଷ୍ଠ ବିଜେଡି ବିଧାୟକ ନୃସିଂହ ସାହୁ ।
ନୃସିଂହ କହିଛନ୍ତି, ଢେଙ୍କାନାଳ ନିର୍ବାଚନ ମଣ୍ଡଳୀ ସବୁ ବେଳେ ବିଜେଡି ସପକ୍ଷରେ ଯାଉଛି। ଆଗକୁ ବି ବିଜେଡି ସପକ୍ଷରେ ଯିବ । ଧର୍ମେନ୍ଦ୍ର ପ୍ରଧାନ ଥରେ ନିର୍ବାଚିତ ହେଲେ ଦ୍ଵିତୀୟ ଥର ନିର୍ବାଚିତ ହୋଇ ଆସି ପାରାନ୍ତିନି। ଏହା ତାଙ୍କ ଚରିତ୍ର । ତେଣୁ ତାଙ୍କର କିଛି ପ୍ରଭାବ ପଡିବ ନାହିଁ । ଗତ ଜିଲ୍ଲା ପରିଷଦ ନିର୍ବାଚନରେ ୨୮ ରୁ ୨୭ ଟି ରେ ବିଜେଡି ଜିତିଛି। ଗୋଟେ ଜିତିଛି ବିଜେପି । ଏଥିରୁ ସ୍ପଷ୍ଟ ବିଜେପିର ସତ୍ତା ନାହିଁ । ଧର୍ମେନ୍ଦ୍ର ଅନ୍ୟ ଅଞ୍ଚଳ ପାଇଁ କଣ ହୋଇପାରନ୍ତି କିନ୍ତୁ ତେଙ୍କାନାଳରେ ତାଙ୍କର ପ୍ରଭାବ ନାହିଁ ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କ୍ଷେତ୍ର ପ୍ରସ୍ତୁତ କଲେ ମଧ୍ୟ ଏହାକୁ ଲୋକ ଗ୍ରହଣ କରିବେନି । କାରଣ ତାଙ୍କର ଚାଲିଚଲଣ ଲୋକ ଜାଣିଛନ୍ତି । ଅତୀତରରେ ଧର୍ମେନ୍ଦ୍ରଙ୍କୁ ଗ୍ରହଣ କରିନାହାନ୍ତି କି ଆଗକୁ ବି ଗ୍ରହଣ କରିବେନି । ଜାତୀୟ ସ୍ତରରେ ଧର୍ମେନ୍ଦ୍ର ପ୍ରଭାବଶାଳୀ ହୋଇପାରନ୍ତି କିନ୍ତୁ ତଳସ୍ତରରେ ତାଙ୍କର କିଛି ପ୍ରଭାବ ନାହିଁ । ପୂର୍ବରୁ ଅମିତ ଶାହା ଆସିଥିଲେ ମଧ ଏଠାରେ ପ୍ରଭାବ ପଡିନି । ଢେଙ୍କାନାଳ କିମ୍ବା ସମ୍ବଲପୁରରୁ ଲଢିବେ ବୋଲି ଶୁଣାଯାଉଛି କିନ୍ତୁ କେଉଁଠୁ ଲଢିବେ ତାହା ସ୍ଥିର କରିପାରୁନାହାନ୍ତି । ଏହାଛଡା ଧର୍ମେନ୍ଦ୍ର ଲଢିଲେ ମଧ୍ୟ କୌଣସି ପ୍ରଭାବ ପଡିବନି । ପୁଣିଥରେ ଏଠାରୁ ବିଜେଡି ଜିତିବ ।
Follow Us