କନକ ବ୍ୟୁରୋ: ପୁଣି ସଂସଦରେ ଉଠିଲା ସ୍ପେଶାଲ ଫୋକସ୍ ଷ୍ଟେଟ୍ ପ୍ରସଙ୍ଗ । ଓଡ଼ିଶାକୁ ସ୍ୱତନ୍ତ୍ର ଫୋକସ୍ ମାନ୍ୟତା ଦେବାକୁ ରାଜ୍ୟସଭାରେ ଦାବି କରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ସଂସଦରେ ଦାବିରଖି ସସ୍ମିତ କହିଛନ୍ତି କି, ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଓଡ଼ିଶାକୁ ସ୍ପେଶାଲ ଫୋକସ୍ ଷ୍ଟେଟ ଭାବେ ଘୋଷଣା କରାଯାଉ । ଏପରିକି ନିକଟରେ ଓଡ଼ିଶାରେ ହୋଇଥିବା ବାତ୍ୟା ‘ଫୋନି’ର ଉଦାହରଣ ଦେଇ ଓଡ଼ିଶାକୁ ଏହି ମାପଦଣ୍ଡରେ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ଦାବି କରିଛନ୍ତି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ।
Demanded in RS today, Special Focus Status for Odisha as we suffer from natural calamities like Cyclone Fani. Also demanded for Natural calamities as a proviso for Special Category status. Mentioned about Hon'ble @CMO_Odisha @Naveen_Odisha having demanded for this before Centre. pic.twitter.com/41Eq8KQ65X
— Dr. Sasmit Patra (@sasmitpatra) July 17, 2019
ଏହାସହ ସସ୍ମିତ୍ କହିଛନ୍ତି କି, ପୂର୍ବରୁ ମଧ୍ୟ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାକୁ ସ୍ପେଶାଲ ଫୋକସ୍ ଷ୍ଟେଟ୍ ମାନ୍ୟତା ଦେବାକୁ ବାରମ୍ବାର ଦାବି ଉଠାଇଛନ୍ତି । ଏନେଇ କେନ୍ଦ୍ରକୁ ମଧ୍ୟ ମୁଖ୍ୟମନ୍ତ୍ରୀ ବାରମ୍ବାର ଚିଠି ଲେଖିଛନ୍ତି । ତେବେ ଓଡ଼ିଶାରୁ ପ୍ରତିନିଧିତ୍ୱ କରୁଥିବା ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କ ଉକ୍ତିକୁ ସଂସଦରେ ଅନ୍ୟ ସାଂସଦମାନେ ମଧ୍ୟ ସମର୍ଥନ ଜଣାଇଥିବା ଦେଖିବାକୁ ମିଳିଛି ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା କି, ସସ୍ମିତ ପାତ୍ରଙ୍କ ଦ୍ୱାରା ଉଠାଯାଇଥିବା ସ୍ପେଶାଲ୍ ଫୋକସ୍ ଷ୍ଟେଟ୍ ଦାବି ଓଡ଼ିଶାର ସ୍ୱାର୍ଥ ପାଇଁ ତାଙ୍କର ଲଢ଼େଇ କରିବା ବା ସଂସଦରେ ସ୍ୱର ଉଠାଇବା ପ୍ରତିଜ୍ଞାକୁ ଦର୍ଶାଇଛି । ଏବଂ ଏହି ପ୍ରସଙ୍ଗ ଯେ, କେବଳ ଓଡ଼ିଶା ପାଇଁ ନୁହେଁ ବରଂ ଦେଶର ଅନ୍ୟ ଯେଉଁ ରାଜ୍ୟ ବାରମ୍ବାର ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛନ୍ତି, ସେମାନଙ୍କ ପାଇଁ ସ୍ୱତନ୍ତ୍ର ଫୋକସ୍ ମାନ୍ୟତା ମିଳିବା ଅତ୍ୟନ୍ତ ଆବଶ୍ୟକ ।