ଆଦିବାସୀ ଜମୀ ବିକ୍ରି ପ୍ରସଙ୍ଗ । ରାଜ୍ୟସଭାରେ ଧର୍ମେନ୍ଦ୍ର ପ୍ରଧାନ ଓ ସସ୍ମିତ ପାତ୍ରଙ୍କ ମଧ୍ୟରେ କଥା କଟାକଟି

118

କନକ ବ୍ୟୁରୋ : ରାଜ୍ୟସଭାରେ ମୁହାଁମୁହିଁ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେଡି ସାଂସଦ ସସ୍ମିତ ପାତ୍ର । ଅନୁସୂଚିତ ଜାତି ଓ ଜନଜାତି ଆଦେଶ ସଂଶୋଧନ ବିଲ-୨୦୨୪ ପାଇଁ ଗୃହରେ ଚାଲିଥିଲା ବିତର୍କ । ଧର୍ମେନ୍ଦ୍ର ପ୍ରଧାନ… ଏହି ଅବସରରେ ଆଦିବାସୀଙ୍କ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଥିଲେ-
ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ
ଆଦିବାସୀଙ୍କ ଜମି ବିକ୍ରି କରିବାରୁ ନିଷ୍ପତ୍ତି କଲା ରାଜ୍ୟ କ୍ୟାବିନେଟ୍
ନିଷ୍ପତ୍ତିକୁ ନେଇ ଆଦିବାସୀ ସମାଜରେ ଆକ୍ରୋଶ ଓ ଆପତ୍ତି ହେଲା
ବହୁତ ବିରୋଧ ପରେ ସରକାର ଏହି ନିଷ୍ପତ୍ତି ଫେରାଇ ନେଲେ

ଦିଲ୍ଲୀରୁ ଚେତାବନୀ କଥା ଶୁଣି ଚିହିଁକି ଉଠିଥିଲେ ବିଜେଡି ସାଂସଦ ସସ୍ମିତ ପାତ୍ର । ଏହା ସଂଘୀୟ ବ୍ୟବସ୍ଥାର ଉଲ୍ଲଂଘନ ଓ ଗଣତନ୍ତ୍ର ପାଇଁ ଦୁଃଖର ଦିନ ବୋଲି କହିଥିଲେ ବିଜେଡି ସାଂସଦ ।
ସସ୍ମିତ ପାତ୍ର, ବିଜେଡି ସାଂସଦ
ଆଦିବାସୀଙ୍କ ଜମି ବିକ୍ରି କରିବାର କୌଣସି ପ୍ରସ୍ତାବ ନଥିଲା
ଶିକ୍ଷା ଓ ସ୍ୱାସ୍ଥ୍ୟ ପାଇଁ ଜମି ବନ୍ଧକ ରଖିବାକୁ ଅନୁମତି ଦିଆଯାଇଥିଲା
ପରେ ଏହି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ଦ୍ୱାରା ରଦ୍ଦ କରିଦିଆଗଲା

ସମ୍ବଲପୁର ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟ ସରକାରଙ୍କ ବିରୋଧରେ କୌଣସି କଡା ଟିପ୍ପଣୀ କରିନଥିଲେ । ଏହାକୁ ନେଇ ବିଜେପି-ବିଜେଡି ଏକାଠି ବୋଲି ଅଭିଯୋଗ କରୁଥିଲା କଂଗ୍ରେସ । ହେଲେ ରାଜ୍ୟସଭାରେ ଏଭଳି କଥା କଟାକଟି ପୁଣିଥରେ ଦୁଇଦଳ ଭିତରେ ମତଭେଦକୁ ଦର୍ଶାଇଛି ।

ବିଲଟି ରାଜ୍ୟସଭାର ଅନୁମୋଦନ ଲାଭ କରିଛି । ବିଲକୁ ନେଇ ଆଲୋଚନା ବେଳେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଓଡିଶାର ୪ଟି ନିର୍ଦ୍ଦିଷ୍ଟ ଦୁର୍ବଳ ଆଦିବାସୀ ଗୋଷ୍ଠୀ ପାଉଡି଼ ଭୂୟାଁ, ଚୁକ୍ତିଆ ଭୁଞ୍ଜିଆ, ବଣ୍ଡା ଓ ମାଙ୍କଡି଼ଆ ଭଳି ଆଦିମ ଆଦିବାସୀ ଗେଷ୍ଠୀକୁ ଜନଜାତିର ମାନ୍ୟତା ମିଳିବା ନେଇ ବ୍ୟବସ୍ଥା ରହିଛି ।