କେନ୍ଦ୍ର ଖାଦ୍ୟ ଯୋଗାଣ ମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ଭେଟିଲେ ବିଜେଡି ସାଂସଦ । ଧାନ ସଂଗ୍ରହ ଓ ବକେୟା ସବସିଡି ପ୍ରଦାନ ନେଇ ରଖିଲେ ଦାବି ।

145

କନକ ବ୍ୟୁରୋ: କେନ୍ଦ୍ର ଖାଦ୍ୟ ଯୋଗାଣ ମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ଭେଟିଲେ ବିଜେଡି ସାଂସଦ । ଧାନ ସଂଗ୍ରହ ଓ ବକେୟା ସବସିଡ୍ ପ୍ରଦାନ ନେଇ ମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇଛନ୍ତି ବିଜୁ ଜନତା ଦଳର ସାଂସଦ ମାନେ । ବିଜେଡିର ସମସ୍ତ ଲୋକସଭା ଓ ରାଜ୍ୟସଭା ସାଂସଦମାନେ ଏକାଠି ହୋଇ ମନ୍ତ୍ରୀଙ୍କୁ ଭେଟିଛନ୍ତି ଏବଂ ଧାନ କିଣାକୁ ନେଇ ଚାଷୀ ଭୋଗୁଥିବା ସମସ୍ୟା ବାବଦରେ ଜଣାଇଛନ୍ତି । ସାଂସଦଙ୍କ ଦାବି ଶୁଣିବା ପରେ ଏହି ସଂପର୍କରେ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ର ଖାଦ୍ୟ ଯୋଗାଣ ମନ୍ତ୍ରୀ ପିୟୁଷ ଗୋଏଲ ।

ଅନ୍ୟପଟେ ଏହି ପ୍ରସଙ୍ଗକୁ ନେଇ ଏବେ ରାଜ୍ୟ ରାଜନୀତି ମଧ୍ୟ ସରଗରମ ରହିଛି । ବିଧାନସଭାରେ ବିରୋଧୀମାନେ ଏହି ପ୍ରସଙ୍ଗକୁ ଉଠାଇବା ସହିତ ଗୃହରେ ହୋ ହାଲ୍ଲା ଜାରି ରଖିଛନ୍ତି । ଏନେଇ ଦେବଗଡ ବିଜେପ ବିଧାୟକ ସୁବାସ ପାଣିଗ୍ରାହୀ ମଧ୍ୟ ସାନିଟାଇଜର ପିଇ ଆତ୍ମହତ୍ୟା କରିବାକୁ ମଧ୍ୟ ପଛାଇ ନାହାନ୍ତି । ଯାହାକୁ ନେଇ ଗତ ଦୁଇ ଦିନ ହେଲା ରାଜ୍ୟରେ ବିଧାନସଭାରେ ମହାଭାରତ ସୃଷ୍ଟି ହୋଇଛି ।