କନକ ବ୍ୟୁରୋ : ରାଜ୍ୟରେ ଭୁଷୁଡି ପଡୁଥିବା ଶାସନ ବ୍ୟବସ୍ଥା ଓ ମୁଖ୍ୟମନ୍ତ୍ରୀଙ୍କ ଲୋକ ପ୍ରିୟତା କମ୍ ହେଉଥିବାରୁ ଆଲେଖ୍ୟରେ ସତର୍କ କରିଥିଲେ ସୌମ୍ୟରଞ୍ଜନ । ଜଣେ ସ୍ୱାଭିମାନୀ ଓଡିଆ ଓ ଅନୁଭବି ରାଜନେତା ହିସାବରେ, ବିଜେଡି ଓ ନବୀନ ପଟ୍ଟନାୟକ କେମିତି ପୁଣି ପୂର୍ବ ଲୋକପ୍ରିୟତା ବଜାୟ ରଖିବେ ସେଥିପାଇଁ କେତେକ ପରାମର୍ଶ ଦେଇଥିଲେ । କିନ୍ତୁ ସୌମ୍ୟରଞ୍ଜନଙ୍କ ଆଲେଖ୍ୟ ଓ ପରାମର୍ଶ କିଛି ମୁଷ୍ଟିମେୟଙ୍କର ହଜମ ହୋଇନି । ସେମାନଙ୍କ ସ୍ୱାର୍ଥରେ ବାଧକ ସାଜିଛି । ଯଦି ଆପଣମାନେ ଗତ ତିନି ଦିନର ଘଟଣାକ୍ରମକୁ ଦେଖିବେ ତାହେଲେ, ଦେଖିବେ, ସୌମ୍ୟ ରଞ୍ଜନ ଦଳ ବିରୋଧରେ କିଛି କହିନଥିଲେ ବି ଯୋଜନାଗତ ଭାବରେ କିଛି ନେତା ତାଙ୍କ ବିରୋଧରେ ବୟାନ ଦେଉଛନ୍ତିି । ଦଳରୁ ଇସ୍ତଫା ଦେବାକୁ କହୁଛନ୍ତି । କିନ୍ତୁ ସେହିପରି ନେତାଙ୍କୁ ସୌମ୍ୟରଞ୍ଜନ ଖୋଲାଖୋଲି ଚ୍ୟାଲେଞ୍ଜ ଦେଇଛନ୍ତିି । କହିଛନ୍ତି, ବିଜୁ ଜନତା ଦଳ କାହାର ପୈତୃକ ସମ୍ପତ୍ତିି ନୁହେଁ   । ଯେଉଁମାନେ ଇସ୍ତଫା କଥା କହୁଛନ୍ତି, ଦଳ କ’ଣ ତାଙ୍କର? ମୋ କଥାକୁ ବହୁତ ଲୋକେ ସମର୍ଥନ କରୁଛନ୍ତି ।

Advertisment

କେବଳ ଏତିକି ନୁହେଁ, କୁଚକ୍ରି ଗୋଷ୍ଠୀ କେମିତି ଗଣମାଧ୍ୟମର କଣ୍ଠରୋଧ କରିବା ପାଇଁ ଚକ୍ରାନ୍ତ କରିଛନ୍ତି ତାହା ବଖାଣିଛନ୍ତି ସୌମ୍ୟରଞ୍ଜନ । କହିଛନ୍ତି, ସରକାର ରାଗ ରଖି ସମ୍ବାଦକୁ ବିଜ୍ଞାପନ ବନ୍ଦ କରିଦେଇଛନ୍ତି । କୌଣସି ପତ୍ର ପତ୍ରିକା କାହାର ଦୟାରେ ଚାଲେ ନାହିଁ । ଯଦି କାହାର ଆଶୀର୍ବାଦ ବେଶୀ ଲୋଡ଼ା, ସେମାନେ ହେଉଛନ୍ତି ଗ୍ରାହକ ଓ ପାଠକ । ଯେତେବେଳେ ଯାଏଁ ପାଠକଙ୍କ ଆଶୀର୍ବାଦ ଥିବ, ଆମେରିକା କି କେନ୍ଦ୍ର କିମ୍ବା ରାଜ୍ୟ ସରକାର କିଛି କରିପାରିବେ ନାହିଁ ।

ସୌମ୍ୟ ରଞ୍ଜନ ସମ୍ପାଦକୀୟ ଲେଖିବାର ୧୫ ଦିନ ପର୍ଯ୍ୟନ୍ତ ବିଜେଡିର କୌଣସି ବଡ ନେତା ପାଟି ଖୋଲୁନଥିଲେ । କିନ୍ତୁ ୧୫ଦିନ ପରେ ଯୋଜନା ବଦ୍ଧ ଭାବେ ପ୍ରଥମେ ଅରୁଣ, ତାପରେ, ଅତନୁ, ପ୍ରତାପ ଓ ଆଜି ଅମର ପଟ୍ଟନାୟକ, ସୌମ୍ୟ ରଞ୍ଜନଙ୍କୁ ଟାର୍ଗେଟ କରିଛନ୍ତି । କିନ୍ତୁ ବିଜେଡି ନେତାଙ୍କ ଏଭଳି ଆଭିମୁଖ୍ୟକୁ ସମାଲୋଚନା କରିବା ସହ ସୌମ୍ୟ ରଞ୍ଜନଙ୍କୁ

ବିଡମ୍ବନାର ବିଷୟ ହେଉଛି ବିଜେଡି ନେତାମାନେ ସୌମ୍ୟରଞ୍ଜନଙ୍କ ବିରୋଧରେ ବୟାନ ଦେଉଥିଲେ ବି ସେ ପଚାରିଥିବା ପ୍ରଶ୍ନର ଉତର କେହି ଦେଉନାହାନ୍ତି । ଏପରିକି ସୌମ୍ୟ ରଞ୍ଜନ ଦଳକୁ ବା ସେହି ନେତାମାନଙ୍କୁ କେମିତି ବ୍ଲାକ ମେଲ କଲେ ସେ ନେଇ କାହା ପାଖରେ ଉତର ନାହିଁ ।