କନକ ବ୍ୟୁରୋ : ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ସମାଲୋଚନା ପରେ ଜବାବ ରଖିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ । ସେ କହିଛନ୍ତି, ବିଜେଡିର ଏହି ନେତାଙ୍କ ପାଖରେ ଶବ୍ଦର ଘୋର ଅଭାବ ରହିଛି । ବ୍ଲାକମେଲର ଅର୍ଥ କ’ଣ ଜାଣନ୍ତି ନାହିଁ । ଅତନୁ ବାବୁ ଜଣେ ଅନୁଭବୀ ଲୋକ । ତାଙ୍କୁ କୁହାଯାଏ ପାଟକୁରା ଗାନ୍ଧୀଙ୍କ ପୁଅ । ହେଲେ ପାଟକୁରା ଗାନ୍ଧୀଙ୍କ ପୁଅ ଏତେ ମିଛ କଥା କହିଲେ, ତାହା ଗାନ୍ଧୀ ଶବ୍ଦ ପ୍ରତି ଅପମାନ ହେବ । ମୁଁ ସେମାନଙ୍କ ଟିପ୍ପଣୀ ଶୁଣିନାହିଁ । ସେମାନେ ଯାହା କହୁଛନ୍ତି, ନିଜର ମନ କଥା ନୁହେଁ ।

Advertisment

ବରଂ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ଚାପରେ ଆସି ଅତନୁ ଏଭଳି କହୁଛନ୍ତି । ଗତକାଲି ଜଣେ ମନ୍ତ୍ରିପଦ ହରାଇବା ପରେ ଟିପ୍ପଣୀ କରିଥିଲେ । ଆଉ ଆଜି ଜଣେ ମନ୍ତ୍ରୀ ପଦ ବଞ୍ଚାଇବାକୁ ଯାଇ ବୟାନ ଦେଉଛନ୍ତି । ଯଦି ନିର୍ଦ୍ଦେଶ ଅନୁଯାୟୀ ଟିପ୍ପଣୀ ନଦେବେ, ତାଙ୍କ ପେଟପାଟଣା ସବୁ ବୁଡ଼ିଯିବ । ବିଜେଡିର ସାଧାରଣ ଲୋକ ବୁଝିପାରୁଛନ୍ତି ଦଳର ସ୍ୱାର୍ଥ ପାଇଁ କ’ଣ ହେବା ଦରକାର, କ’ଣ କରିବା ଦରକାର । ମୁଁ ଦଳର ସ୍ୱାର୍ଥ ପାଇଁ ସୂଚନା ମାତ୍ର ଦେଉଛି । ଯାହାଙ୍କ ମନକୁ ପାଇଲେ ପାଉ, ନପାଇଲେ ନାହିଁ ।