କନକ ବ୍ୟୁରୋ : ସୌମ୍ୟ ପଟ୍ଟନାୟକଙ୍କୁ ବିଜେଡିର ସମାଲୋଚନା ପରେ ସାମ୍ନାକୁ ଆସିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ସମ୍ବାଦର ସମ୍ପାଦକ ତଥା ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଦଳକୁ ବ୍ଲାକମେଲ କରୁଥିବା ଅଭିଯୋଗ ଆଣିଥିଲେ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ । ଏପରିକି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଫାଇଭ-ଟି ସଚିବ ବିଭିନ୍ନ ଜିଲ୍ଲା ଗସ୍ତ କରୁଥିବା ସଫେଇ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଉପରେ ହେଉଥିବା ରାଜନୈତିକ ବୟାନକୁ ବିରୋଧ କରୁଛନ୍ତି ବୋଲି କହିଥିଲେ ।

Advertisment

ଏପଟେ ସୌମ୍ୟରଞ୍ଜନ ପଟ୍ଟନାୟକ ଯେଉଁ ପ୍ରଶ୍ନ ଉଠାଇଛନ୍ତି ତାର ଉତ୍ତର ରଖିବା ପାଇଁ ଆହ୍ୱାନ ଦେଇଛନ୍ତି ବିରୋଧୀ ଦଳ ନେତା । ଚନ୍ଦ୍ରଯାନ ଠାରୁ ପାଣ୍ଡିଆନଙ୍କ ଗସ୍ତରେ ଅଧିକ ଖର୍ଚ୍ଚ କଥା ଉଲ୍ଲେଖ କରିଥିଲେ ସୌମ୍ୟ, ଯାହା ଚିନ୍ତାର ବିଷୟ ବୋଲି ଜୟନାରାୟଣ ମିଶ୍ର କହିଛନ୍ତି । ଏଥିସହ ବିଜେଡି ନେତାମାନେ ଫାଇଭ-ଟି ସଚିବଙ୍କ ଗୋଡ଼ାଣିଆ ସାଜିଥିବା କହି ଅତି କଡ଼ା ଭାଷାରେ ଆକ୍ଷେପ କରିଛନ୍ତି ।

ସେପଟେ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସପକ୍ଷରେ ବାହାରିଛି କଂଗ୍ରେସ । ସୌମ୍ୟ ପଟ୍ଟନାୟକ ଜଣେ ଜ୍ଞାନୀ ଲୋକ, ଓଡ଼ିଶା ପାଇଁ ତାଙ୍କର ଅନେକ ଅବଦାନ ରହିଛି ଓ ସେ ଯାହା କହୁଛନ୍ତି ଠିକ୍ କହୁଛନ୍ତି ବୋଲି ପିିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି । ବିଜେଡି ଓ ଫାଇଭ-ଟି କ’ଣ କରୁଛନ୍ତି ତାହା ଓଡ଼ିଶା ଦେଖୁଛି ଏବଂ ରାଜନୀତିରେ ବ୍ୟକ୍ତିଗତ ଆକ୍ରୋଶମୂଳକ ମନୋଭାବ ରଖିବା ଠିକ୍ ନୁହେଁ । ତେବେ ତାଙ୍କ ହାତରେ ଶାସନ ଭାର ଯଦି ସୌମ୍ୟ ପଟ୍ଟନାୟକ ଭୁଲ୍ କଲେ ତାଙ୍କୁ ଗିରଫ କଲେନି । ଏହାସହ ଦଳକୁ ଯେତେ ଲୋକେ ଆସିବେ ସ୍ୱାଗତ କରିବୁ ବୋଲି କହିଛନ୍ତି ଶରତ ପଟ୍ଟନାୟକ ।