ଜେଇଙ୍କୁ କାନଧରି ଉଠବସ କରାଇବା ମାମଲା: ଆଜି ହେବ ପାଟଣାଗଡ ବିଧାୟକ ସରୋଜ ମେହେରଙ୍କ ଜାମିନ ଆବେଦନର ଶୁଣାଣି

Advertisment
ଜେଇଙ୍କୁ କାନଧରି ଉଠବସ କରାଇବା ମାମଲା: ଆଜି ହେବ ପାଟଣାଗଡ ବିଧାୟକ ସରୋଜ ମେହେରଙ୍କ ଜାମିନ ଆବେଦନର ଶୁଣାଣି

କନକ ବ୍ୟୁରୋ: ପୂର୍ତ୍ତ ବିଭାଗ ଜେଇଙ୍କୁ ରାସ୍ତାରେ କାନଧରି ଉଠ୍ବସ୍ କରାଇବା ଘଟଣାରେ ଜେଲ୍ ଯାଇଥିବା ପାଟଣାଗଡ଼ ବିଧାୟକ ସରୋଜ ମେହେର ଗତ ମଙ୍ଗଳବାର ଦିନ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ପାଟଣାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେ ସୁସ୍ଥ ଅନୁଭବ କରୁଥିବା ଯୋଗୁଁ ତାଙ୍କୁ ରବିବାର ସନ୍ଧ୍ୟାରେ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇ ପୁଣି ଜେଲ ହାଜତକୁ ନିଆଯାଇଛି। ଆଜି ତାଙ୍କ ଜାମିନ ଆବେଦନର ଶୁଣାଣି ରହିଥିବାରୁ ତାଙ୍କୁ ଭୁବନେଶ୍ବର ଏଡିଜେଙ୍କ କୋର୍ଟରେ ହାଜର କରାଯିବ।

publive-image

ସୂଚନାଯୋଗ୍ୟ ଯେ, ଗତ ୫ ତାରିଖରେ ଗମ୍ଭାରୀ ଗ୍ରାମର ଏକ ରାସ୍ତା କାମ ଯାଞ୍ଚ ପାଇଁ ଯାଇଥିବା ବେଳେ ସେଠାରେ ସର୍ବସାଧାରଣ ସମ୍ମୁଖରେ ବିଧାୟକ ଶ୍ରୀ ମେହେର ଉକ୍ତ ରାସ୍ତା ଦାୟିତ୍ବରେ ଥିବା ଜେଇ ଜୟକାନ୍ତ ଶବରଙ୍କୁ କାନଧରି ଉଠ୍ବସ୍ କରାଇଥିଲେ। ଏହି ଘଟଣା ସଂପର୍କରେ ଶ୍ରୀ ଶବରଙ୍କ ପତ୍ନୀ ପ୍ରବୀଣା ରାଜହଂସ ଗତ ୬ ତାରିଖରେ ପାଟଣାଗଡ଼ ଥାନାରେ ବିଧାୟକଙ୍କ ବିରୋଧରେ ଏତଲା ଦେଇଥିଲେ ଏବଂ ପୁଲିସ ମାମଲା ରୁଜୁ କରିଥିଲା। ବିଧାୟକଙ୍କ ଗିରଫ ଦାବି କରି ବଲାଙ୍ଗୀର ଜେଇ ମହାସଂଘ, ଜିଲ୍ଲା ଆଦିବାସୀ ମହାସଂଘ ଆନ୍ଦୋଳନ କରିଥିଲେ। ଶେଷରେ ବିଧାୟକ ଶ୍ରୀ ମେହେରଙ୍କୁ ପୁଲିସ ଗିରଫ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe