ବିଜେପି ସରକାର ନେଇ ଦମ୍ଭୋକ୍ତି ଦେଖାଇଲେ ରାଜନାଥ । ଜବାବ ରଖିଲେ ବିଜେଡି ବିଧାୟକ । କହିଲେ ଓଡିଶାରେ କାମ କରିବନି ମୋଦୀ ଗ୍ୟାରେଣ୍ଟିଂ ।

171

କନକ ବ୍ୟୁରୋ: ଓଡିଶାରେ ବିଜେପି ସରକାର ଗଠନ କରିବା ନେଇ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀଙ୍କ ଦମ୍ଭୋକ୍ତି ପରେ ଏନେଇ ପ୍ରତିକ୍ରିୟା ରଖିଛି ବିଜେଡି । ବିଜେଡି ବିଧାୟକ ରାଜକିଶୋର ଦାସଙ୍କ କହିବା କଥା, ଇଲେକ୍ସନ ସମୟରେ କେନ୍ଦ୍ରମନ୍ତ୍ରୀ ଆସୁଛନ୍ତି, ଇଲେକ୍ସନ ସମୟରେ ମଧ୍ୟ ଏମିତି ଅନେକ ନେତା ଆସିପାରନ୍ତି । ଓଡିଶାକୁ ଯେତେ ବି କେନ୍ଦ୍ରମନ୍ତ୍ରୀ ଆସିଲେ ଏହାର ପ୍ରଭାବ କିଛି ବି ପଡିବନି ବୋଲି ବିଜେଡି ବିଧାୟକ ଦାବି କରିଛନ୍ତି ।

ଅନ୍ୟପଟେ ୨୦୧୯ର ଉଦାହରଣ ଦେଇ ସେ କହିଛନ୍ତି, ଗତଥର ନିର୍ବାଚନ ପୂର୍ବରୁ କେନ୍ଦ୍ରର ବଡ ନେତାମାନେ କହୁଥିଲେ ବିଜେଡି ପୋଡ଼ା ଟ୍ରାନସଫର୍ମର ବୋଲି, କିନ୍ତୁ ବିଜେଡି ପୂର୍ଣ୍ଣ ସଂଖ୍ୟାଗରିଷ୍ଠତାର ସହ ନିର୍ବାଚନ ଜିତିଥିଲା । ଓଡ଼ିଶାରେ ବିଜେଡି ୫-୫ ଥର ଜିତିଛି । ଓଡ଼ିଶାରେ ମୋଦି ଗ୍ୟାରେଣ୍ଟି କିଛି ବି କାମ କରିବନି, ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଏଠି ଅଛି ବୋଲି ରାଜକିଶୋର କହିଛନ୍ତି ।

ଖାଲି ସେତିକି ନୁହେଁ ମୁଡ୍ ଅଫ୍ ଦି ନେସନ୍ ସର୍ଭେ ଅନୁସାରେ ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ଆଗରେ ଆଉ କୌଣସି ନେତା ନାହାଁନ୍ତି । ଆଦର୍ଶ ମୁଖ୍ୟମନ୍ତ୍ରୀ ଶ୍ରେଷ୍ଠ ପ୍ରଶାସକ ଭାବେ ପୁରସ୍କୃତ ମଧ୍ୟ ହୋଇଛନ୍ତି । ନବୀନ ପଟ୍ଟନାୟକଙ୍କ ନାରେ ଭୋଟ ଥିବା କାରଣରୁ ସେ ଜିତିବା ସହ ତାଙ୍କ ଦଳ ବିଜେଡି ଜିତିବ ବୋଲି ରାଜକିଶୋର କହିଛନ୍ତି ।