କନକ ବ୍ୟୁରୋ: ଆଜି ବିଧାନସଭାର ସପ୍ତମ ଦିନରେ ସ୍ୱାଭାବିକ ରହିଥିଲା ଗୃହ । ସୁରୁଖୁରୁରେ ଚାଲିଥିଲା ପ୍ରଶ୍ନୋତ୍ତର କାର୍ଯ୍ୟ । ଏହି କ୍ରମରେ ଯୋଗାଣମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ ବିଜେଡି ବିଧାୟକ ବ୍ୟୋମକେଶ ରାୟ । କହିଥିଲେ ଅନ୍ତର୍ଜାତୀୟ ବଜାରରେ ତୈଳ ଦର କମିଥିବାବେଳେ ରାଜ୍ୟରେ କାହିଁକି କମୁନି । ତୈଳ ଦର ହ୍ରାସ ରାଜ୍ୟ ସରକାରଙ୍କ ଉପରେ ନିର୍ଭର କରୁଛି । ରାଜ୍ୟ ସରକାର ଚାହିଁଲେ ଡିଜେଲ, ପେଟ୍ରୋଲ ଉପରୁ ଟ୍ୟାକ୍ସ ଉଠାଇପାରିବେ । ଏହାର ପ୍ରଭାବ ଅତ୍ୟାବଶ୍ୟକ ସାମଗ୍ରୀର ଦର ଉପରେ ମଧ୍ୟ ପଡିବ । ଅବଶ୍ୟକ ସାମଗ୍ରୀର ଦର ମଧ୍ୟ କମିଯିବ । ତେଣୁ ରାଜ୍ୟ ସରକାର ଡିଜେଲ, ପେଟ୍ରୋଲ ଉପରୁ ଟିକସ ଉଠାଇବାକୁ ଦାବି କରିଛନ୍ତି ବିଧାୟକ ।