ମାନସିକ ବିଷାଦରେ ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳ! ଅଧିକାଂଶ ଲୋକଙ୍କୁ ଠିକ୍ ଭାବେ ଚିହ୍ନି ପାରୁନାହାନ୍ତି, କଟକ ବଡ ମେଡିକାଲରେ ଚାଲିଛି ଚିକିତ୍ସା

Advertisment
ମାନସିକ ବିଷାଦରେ ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳ! ଅଧିକାଂଶ ଲୋକଙ୍କୁ ଠିକ୍ ଭାବେ ଚିହ୍ନି ପାରୁନାହାନ୍ତି, କଟକ ବଡ ମେଡିକାଲରେ ଚାଲିଛି ଚିକିତ୍ସା

କନକ ବ୍ୟୁରୋ : କଟକ ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳ ମାନସିକ ଭାବେ ବିଷାଦଗ୍ରସ୍ତ ଅଛନ୍ତି ଏବଂ ଏହି କାରଣରୁ ତାଙ୍କର ପୂର୍ବରୁ ଥିବା ମେରୁଦଣ୍ଡ ଓ ପାକସ୍ଥଳୀ ଜନିତ ରୋଗ ପୁଣିଥରେ ଶରୀରକୁ ପ୍ରଭାବିତ କରୁଛି । ଫଳରେ ପ୍ରଭାତ ବିଶ୍ୱାଳ ଅଧିକାଂଶ ଲୋକଙ୍କୁ ମଧ୍ୟ ଠିକ୍ ଭାବେ ଚିହ୍ନି ପାରୁନାହାନ୍ତି । ଆଜି ଅଲଟ୍ରାସାଉଣ୍ଡ ପାଇଁ ଯାଉଥିବା ବେଳେ ବିଧାୟକଙ୍କ ନିଆଯାଇଥିବା କିଛି ଫଟୋ, ତାଙ୍କ ଶାରିରୀକ ଅସୁସ୍ଥତା ବୟାନ କରୁଛି । ସେ ଏବେ ବଡ ଡାକ୍ତରଖାନାର ଆଂଚଳିକ ମେରୁଦଣ୍ଡ ନିଦାନ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି ।

publive-imageପୂର୍ବରୁ ତାଙ୍କର ମେରୁଦଣ୍ଡ ଓ ପାକସ୍ଥଳିରେ ସଂକ୍ରମଣ କାରଣରୁ ଅପରେସନ କରାଯାଇଥିଲା । ଏବେ ସେହି ସ୍ଥାନରେ ପୁଣି ଥରେ ସଂକ୍ରମଣ ଦେଖାଯାଉଛି ବୋଲି ଡାକ୍ତର କହୁଛନ୍ତି । ଗତ ୨୦୧୭ ସେପ୍ଟେମ୍ବର ୧୯ ତାରିଖରେ ତାଙ୍କୁ କଟକ ବଡ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ସେବେଠାରୁ ଚିକିତ୍ସାଧିନ ଅଛନ୍ତି ପ୍ରଭାତ ବିଶ୍ୱାଳ । ଇତି ମଧ୍ୟରେ ଗତ ଏପ୍ରିଲ ମାସରେ, ସିସୋରକୁ ଜମି ବିକ୍ରି ମାମଲାରେ ଜାମିନ ମିଳିଥିଲା । କିନ୍ତୁ ଗିରଫ ହେବା ପରଠାରୁ ହିଁ ସେ ଅସୁସ୍ଥ ଅଛନ୍ତି । ତେବେ ଆସନ୍ତା ୨ରୁ ୩ମାସ ମଧ୍ୟରେ ସେ ଠିକ୍ ହୋଇଯିବେ ବୋଲି ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ପରିବାର ବର୍ଗକୁ ଜଣାଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe