ଡି-ବ୍ରଦର୍ସ ଲିଙ୍କରେ ବିଜେଡି ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ଜେରା କଲା ଇଡି । ୩ ଘଂଟାର ଜେରା ପରେ ଗଣମାଧ୍ୟମକୁ ବୟାନ ଦେଲେ ବିଧାୟକ, କହିଲେ ଡି ବ୍ରଦର୍ସଙ୍କ ସହ ନାହିଁ କୌଣସି ସଂପର୍କ

33

କନକ ବ୍ୟୁରୋ: ୩ ଘଂଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ବିଧାୟକ ପ୍ରଣବ ବଳବନ୍ତରାୟ । ପ୍ରବର୍ତନ ନିର୍ଦ୍ଦେଶାଳୟ ତାଙ୍କୁ ମାଗିଥିବା ସମସ୍ତ କାଗଜପତ୍ର, ସେ ଦେଇଥିବା ପ୍ରଣବ କହିଛନ୍ତି । ଏଥିସହ ଡି ବ୍ରଦର୍ସ ସହ ତାଙ୍କର କୌଣସି ଲିଙ୍କ୍ ନଥିବା ସେ ପ୍ରତିକ୍ରିୟା ରଖିଛନ୍ତି । କଟକର ଧଳସାମନ୍ତ ବ୍ରଦର୍ସ ସହ ଲିଙ୍କ ନେଇ ହାଜର ହେବାକୁ ପ୍ରବର୍ତନ ନିର୍ଦେଶାଳୟ, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ନୋଟିସ୍ କରିଥିଲା ।

ସମନ ପାଇ ଆଜି ଅପରାହ୍ନ ପ୍ରାୟ ୩ଟାରେ ଇଡି ଅଫିସରେ ପହଂଚିଥିଲେ ବିଧାୟକ ପ୍ରଣବ ବଳବନ୍ତରାୟ । ପ୍ରଥମ ଥର ଲାଗି ଜଣେ ବିଜେଡି ବିଧାୟକଙ୍କୁ ଗ୍ୟାଙ୍ଗଷ୍ଟର ଲିଙ୍କ ଅଭିଯୋଗରେ ପଚରାଉଚରା କରିଛି ଇଡି । ବିଶେଷ କରି ପ୍ରଣବଙ୍କ ଏକ ଟ୍ରାନ୍ସପୋର୍ଟ ଏଜେନ୍ସିର ଡ଼ି-ଲିଙ୍କ ନେଇ ଖୋଳତାଡ଼ କରୁଛି ପ୍ରବର୍ତନ ନିର୍ଦେଶାଳୟ । ଧଳସାମନ୍ତ ଭାଇଙ୍କ ସହ ସଂପୃକ୍ତି ଅଭିଯୋଗରେ ତକ୍ରାଳୀନ ବିଜେଡି କର୍ପୋରେଟର ରଂଜିତା ବିଶ୍ୱାଳଙ୍କୁ ଇଡି ଜେରା କରିଥିବା ବେଳେ ତାଙ୍କୁ ଗିରଫ କରାଯାଇଛି ।