ରାଜନୀତିରେ ହୁଏ ଏମିତି: ବିଜେଡି ବିଧାୟକଙ୍କ ଭାଇ ହେଲେ ବିଜେପି ପ୍ରାର୍ଥୀ

868

କନକ ବ୍ୟୁରୋ: ପଞ୍ଚାୟତ ନିର୍ବାଚନ ପାଇଁ ବଢୁଛି ରାଜନୀତି । ବିଭିନ୍ନ ଦଳର ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିବା ଆରମ୍ଭ କରିସାରିଲେଣି । ଆଉ ଦଳ ଦଳ ମଧ୍ୟରେ ଏହାକୁ ନେଇ ଏବେଠୁ ରଣନୀତି ମଧ୍ୟ ଆରମ୍ଭ ହୋଇସାରିଲାଣି । ତେବେ କେନ୍ଦୁଝର ଜିଲ୍ଲାରେ ଜଣେ ବିଜେଡି ବିଧାୟକଙ୍କ ଭାଇ ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି । ଯାହାକି ଏବେ କେନ୍ଦୁଝର ରାଜନୀତିରେ ଚର୍ଚ୍ଚା ସୃଷ୍ଟି କରିଛି ।

କେନ୍ଦୁଝରରେ ପଞ୍ଚାୟତ ନିର୍ବାଚନର ଉଷ୍ମତା ବଢ଼ି ବଢ଼ି ଚାଲୁ ଥିବା ବେଳେ ଏବେ ପ୍ରଥିମାନେ ପ୍ରାଥିପତ୍ର ଦାଖଲ କରିଛନ୍ତି । ଆଜି ବିଜେପିର ସଂଖ୍ୟାଧିକ ଜିଲ୍ଲା ପରିଷଦ ପ୍ରାଥି ପ୍ରାଥିପତ୍ର ଦାଖଲ କରିଥିବା ବେଳେ । ସବୁଠାରୁ ଚର୍ଚ୍ଚରେ ରହିଛି ପାଟଣା ନିର୍ବାଚନ ମଣ୍ଡଳୀ  ୨୧ନମ୍ବର ଜୋନର ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀ ସତ୍ୟବ୍ରତ ନାୟକ। ପାଟନାର ବିଜେଡି ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଜଗନ୍ନାଥ ନାୟକଙ୍କ ଭାଇ ହେଉଛନ୍ତି ସତ୍ୟବ୍ରତ ନାୟକ । ସେହିପରି  ତାଙ୍କ ବାପା ହେଉଛନ୍ତି ସ୍ବର୍ଗତ କାହ୍ନୁ ଚରଣ ନାୟକ ଯିଏକି, ଜନତା ଦଳର ଜଣେ ପୂର୍ବତନ ବିଧାୟକ ଥିଲେ ।

ଗତ ବିଧାନସଭା ନିର୍ବାଚନରେ ସତ୍ୟବ୍ରତ ବିଜେଡି ଟିକେଟ ପାଇଁ ଆଶାୟୀ ଥିବା ବେଳେ ଦଳ ତାଙ୍କ ସାନ ଭାଇ ଜଗନ୍ନାଥଙ୍କୁ ଟିକେଟ ଦେଇଥିଲା । ଫଳରେ ସତ୍ୟ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିବା ବେଳେ ବିଜେପି ଆଜି ପାଟଣା ନିର୍ବାଚନ ମଣ୍ଡଳୀର ୨୧ ନମ୍ବର ଜୋନରେ ସତ୍ୟଙ୍କୁ ଟିକେଟ ଦେଇ ଏକ ବଡ଼ ଚାଲ୍ ଖେଳିଛି ।

ନିର୍ବାଚନରେ ଗୋଟିଏ ପରିବାରର ସାନ ଭାଇ ବିଜେଡି ପାଇଁ ମଇଦାନରେ ଓହ୍ଲାଇଥିବା ବଡ ଭାଇ ବିଜେପି ପାଇଁ ପାର୍ଥି ହେବା ଏବେ ଚର୍ଚ୍ଚାର ବିଷୟ ହୋଇଛି । ସତ୍ୟଙ୍କ ବାପା କାହ୍ନୁ ନାୟକ ପରିବାରର ସହସ୍ରାଧିକ ପକେଟ ଭୋଟ ଥିବା ବେଳେ ତାହା କାହା ସପକ୍ଷରେ ଯାଉଛି ଆଗାମୀ ନିର୍ବାଚନ ଫଳାଫଳରୁ ଜଣା ପଡିବ ।