କନକ ବ୍ୟୁରୋ : ନିର୍ବାଚନ ଭିତରେ ବଡ ଖବର ସାମ୍ନାକୁ ଆସିଛି । ବିଜେଡି ବିଧାୟକ ପ୍ରାର୍ଥୀ ସାରଦା ନାୟକଙ୍କୁ ଉଙ୍ଖାଇ ନେଇଛି ପୋଲିସ । ରାଉରକେଲା ଗୋପବନ୍ଧୁପାଲି ଅଞ୍ଚଳରୁ ପୋଲିସ ସାରଦା ନାୟକଙ୍କୁ ଉଠାଇ ନେଇକ୍ତି । ସାରଦା ନାୟକ ଏକ ପୋଲିଂ ବୁଥ୍ ଭିତରକୁ ପ୍ରବେଶ କରିବା ପରେ ସେଠାରେ ପରିସ୍ଥିତି ଉତେଜନାପୂର୍ଣ୍ଣ ଥିଲା । ଏହାକୁ ଆୟତ କରିବାକୁ ପୋଲିସ ଘଟଣା ସ୍ଥଳରେ ପହଂଚି ସାରଦା ନାୟକଙ୍କୁ ଉଠାଇ ନେଇ ପଚରା ଉଚରା କରୁଛି ।

Advertisment

ବୁଥ୍ ଭିତରେ ଭୋଟିଂ ଚାଲୁଥିବା ବେଳେ ବିଜେଡି ବିଧାୟକ ପ୍ରାର୍ଥୀ ସାରଦା ନାୟକ ପୋଲିଂ ବୁଥ୍ ଭିତରକୁ ପଶିବାକୁ ଚେଷ୍ଟା କରିଥିଲେ । ଏହାକୁ ବୁଥ୍ ଭିତରେ ଥିବା ବିଜେପି ଓ କଂଗ୍ରେସର ଏଜେଣ୍ଟମାନେ ବିରୋଧ କରିଥିଲେ । ଏହାକୁ ନେଇ ସେଠାରେ ଗଣ୍ଡଗୋଳ ପରିସ୍ଥିତି ଦେଖାଦେଇଥିଲା । ଏନେଇ ପୋଲିସ ସେଠିକାର ଲୋକଙ୍କୁ ବୁଝାସୁଝା କରିବା ସହ ସାରଦା ନାୟକଙ୍କୁ ଉଠାଇ ନେଇଛି ।