ବିଧାନସଭାରେ ଉଠିଲା ବ୍ୟୋମକେଶ ପ୍ରସଙ୍ଗ । ବିରୋଧୀ ଦଳକୁ ଟାର୍ଗେଟ କଲେ ବିଜେଡି ବିଧାୟକ ଭାଗିରଥୀ, କହିଲେ ଗୃହରେ ଏହି ପ୍ରସଙ୍ଗରେ ପାଟିତୁଣ୍ଡ କଲେ ବିଧାୟକଙ୍କୁ ମାନିବେନି ଅଫିସର ।

144

କନକ ବ୍ୟୁରୋ : ବିଧାନସଭାର ଶୂନ୍ୟକାଳରେ ଆଜି ପୁଣି ଉଠିଲା ବିଧାୟକଙ୍କ ଅଡ଼ିଓ ଭାଇରାଲ ପ୍ରସଙ୍ଗ । ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇଛନ୍ତି ବିଜେଡି ବିଧାୟକ ଭାଗିରଥୀ ସେଠୀ । ବିଧାୟକଙ୍କ ଭାଇରାଲ ଅଡିଓକୁ ତର୍ଜମା କରାଯାଉ । ବ୍ୟୋମକେଶ ଯାହା କହିଛନ୍ତି ତାଙ୍କ କଥାକୁ କାଣ୍ଟଛାଣ୍ଟ କରି କିଛି ଗଣମାଧ୍ୟମରେ ପରିବେଷଣ କରାଯାଇଛି । ଏହି ପ୍ରସଙ୍ଗକୁ ବିରୋଧୀ ଦଳ ବିଧାନସଭାରେ ଉପସ୍ଥାପନ କରିବା ଦ୍ୱାରା ଭିନ୍ନ ବାର୍ତ୍ତା ଯାଉଛି ବୋଲି କହିଛନ୍ତି ଭାଗିରଥୀ ।

ଆମେ ବିଧାୟକ ମାନେ କଣ କିଛି କଥା କହି ପାରିବୁନି । ଯେଉଁ ପୋଲିସ ଅଫିସର ଏପରି କାମ କଲେ ସେ କାହିଁକି କଲେ କଣ ପାଇଁ କଲେ ତାହାର ତର୍ଜମା ହେଉ । ଆମେ ଆମ ନିଜ ପାଇଁ କରୁନୁ । ଲୋକଙ୍କ ସମସ୍ୟା କଥା କହୁଛୁ । ଯଦି ଏମିତି ଅଧିକାରୀ ମାନେ ରେକଡ଼ିିଂ କରିବେ ଏବଂ ଏକଥାକୁ ନେଇ ବିରୋଧୀ ଯଦି ବିଧାନସଭାରେ ହୋ ହାଲ୍ଲା କରିବେ । ତେବେ ଆମେ କେଉଁ ଅଫିସରକୁ କିଛି କହି ପାରିବୁନି । ସେମାନେ ବି ଆମ କଥା ଶୁଣିବେନି । ଏପରି ହେଲେ ବିଧାୟକଙ୍କ ମନୋବଳ ଭାଙ୍ଗିଯିବ । ବିଧାୟକଙ୍କୁ କେହି ପଚାରିବେନି । ତେଣୁ ଯେଉଁ ଦୁର୍ନୀତିଗ୍ରସ୍ତ ଅଫିସର ଏଭଳି କରୁଛନ୍ତି ତାଙ୍କ ବିରୋଧରେ ସ୍ୱାଧିକାର ପ୍ରସ୍ତାବ ଆସିବା ଉଚିତ୍ ବୋଲି କହିଛନ୍ତି ଭାଗିରଥୀ ।