ଭର୍ତ୍ତୃହରିଙ୍କୁ ଧର୍ମେନ୍ଦ୍ରଙ୍କ ପ୍ରଂଶସା, ଜବାବ ଦେଲା ବିଜେଡି । ଭାଗିରଥୀ କହିଲେ, ବିଜେପିରେ ଅନେକ ଫାଟ, ସେକଥା ଆଗ ବୁଝନ୍ତୁ ଧର୍ମେନ୍ଦ୍ର ।

ଭର୍ତ୍ତୃହରିଙ୍କୁ ଧର୍ମେନ୍ଦ୍ରଙ୍କ ପ୍ରଂଶସା, ଜବାବ ଦେଲା ବିଜେଡି । ଭାଗିରଥୀ କହିଲେ, ବିଜେପିରେ ଅନେକ ଫାଟ, ସେକଥା ଆଗ ବୁଝନ୍ତୁ ଧର୍ମେନ୍ଦ୍ର ।

କନକ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭର୍ତ୍ତୃହରିଙ୍କୁ ପ୍ରଶଂସା କରିବା ଏବଂ ବିଜେଡି ତାଙ୍କୁ ଅବହେଳା କରିବା ପ୍ରସଙ୍ଗରେ ଜବାବ ରଖିଲେ ବିଜେଡି ବିଧାୟକ ଭାଗିରଥୀ ସେଠୀ । ଭାଗିରଥୀ କହିଛନ୍ତି, ଧର୍ମେନ୍ଦ୍ର ବହୁତ କଥା କହୁଛନ୍ତି, ସେ ତାଙ୍କ ନିଜ ଦଳ କଥା ବୁଝନ୍ତୁ । ତାଙ୍କ ଦଳରେ ନେତାଙ୍କ ଭିତରେ ଅନେକ ଫାଟ ଅଛି । ଭର୍ତ୍ତୃହରି ବାବୁଙ୍କ କଥା କାହିଁକି ଚିନ୍ତା କରୁଛନ୍ତି ।ଭର୍ତ୍ତୃହରି ବାବୁ ୬ ଥର ସାଂସଦ ହେଲେଣି, ତାଙ୍କର ମୁଖ୍ୟମନ୍ତ୍ରୀଙ୍କ ସହ ସୁସମ୍ପର୍କ ରହିଛି । ସେ ଦଳରେ ବର୍ତମାନ ଅଛନ୍ତି ଏବଂ ରହିବେ ମଧ୍ୟ । ବିଜେଡି ଭର୍ତ୍ତୃହରିଙ୍କ ପ୍ରତି କେବେ ଅବହେଳା କରିନାହିଁ ।

ପାଣ୍ଡବ ଓ କୌରବ ପ୍ରସଙ୍ଗକୁ ନେଇ ଭାଗିରଥୀ କହିଛନ୍ତି, ସେ ବହୁତ ମହାଭାରତ କଥା ଜାଣିଛନ୍ତି, ସେ ଯଦି କୌରବ ତେବେ ପାଣ୍ଡଵ କିଏ ? ସେମାନେ ପାଣ୍ଡଵ ଶିବିରରେ ରହି କି କାମ କରୁଛନ୍ତି ? ପାଣ୍ଡଵ ଶିବିରରେ ରହି ଶକୁନି କାମ କରୁଛନ୍ତି, ଓଡିଶାକୁ ନଷ୍ଟ କରିବା ପାଇଁ ଶକୁନିର ଭୂମିକା ନିର୍ବାହ କରୁଛନ୍ତି । ପାଣ୍ଡବ ତ ନ୍ୟାୟ ଧର୍ମରେ ରହିଥିଲେ, ବିଜେଡି ବି ନ୍ୟାୟ ଧର୍ମରେ ଅଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe