ବନ୍ଦ ଡାକରା ବେଳେ କଂଗ୍ରେସ ଯୁବ ନେତାଙ୍କ ଉପରେ ଆକ୍ରମଣ । ବିଜେଡି ବିଧାୟକଙ୍କ ବିରୋଧରେ ଅଭିଯୋଗ ଆଣିଲା କଂଗ୍ରେସର । ଗିରଫ ନକଲେ ଥାନା ଘେରାଉ କରିବାକୁ ଦଲେ ଧମକ 

ବିଜେଡି ବିଧାୟକଙ୍କ ବିରୋଧରେ କଂଗ୍ରେସ ଆଣିଲା ସାଂଘାତିକ ଅଭିଯୋଗ

167

କନକ ବ୍ୟୁରୋ: ବିଜେଡି ବିଧାୟକଙ୍କ ବିରୋଧରେ କଂଗ୍ରେସ ଆଣିଲା ସାଂଘାତିକ ଅଭିଯୋଗ । ମେଡିକାଲ କଲେଜ ସ୍ଥାପନକୁ ନେଇ କଂଗ୍ରେସ ଦେଇଥିବା ଭଦ୍ରକ ବନ୍ଦ ଡାକରାକୁ ଅଭୂତପୂର୍ବ ସମର୍ଥନ ମିଳିବା ପରେ ବିଜେଡିର କର୍ମୀ ଅସହିଷ୍ଣୁ ହେବା ସହ ହିଂସ୍ର ହୋଇଉଠିଛନ୍ତି । କେତେକ ବିଜେଡି ସମର୍ଥକ କଂଗ୍ରେସ ଯୁବକର୍ମୀ ହେମନ୍ତ ମହାପାତ୍ରଙ୍କୁ ଆକ୍ରମଣ କରିଛନ୍ତି ବୋଲି କଂଗ୍ରେସ ଅଭିଯୋଗ ଆଣିଛି । 

ଛାତ୍ର କଂଗ୍ରେସ ସଭାପତି ନୱାଜ ଅଭିଯୋଗ କରି କହିଛନ୍ତି, ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଗତକାଲି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଭଦ୍ରକ ବନ୍ଦ ଡାକରା ଦିଆଯାଇଥିଲା । ଶାନ୍ତିପୂର୍ଣ୍ଣ ଭାବେ ଚାଲିଥିବା ଆନ୍ଦୋଳନକୁ ଭଦ୍ରକବାସୀ ମଧ୍ୟ ସମର୍ଥନ ଜଣାଇଥିଲେ । କିନ୍ତୁ ଏହି ବନ୍ଦ ଡାକରାକୁ ଭଦ୍ରକର ବିଜେଡି ବିଧାୟକ ସଞ୍ଜୀବ ମଲ୍ଲିକ ସହିପାରିନଥିଲେ । ଆଉ ଉତକ୍ଷିପ୍ତ ହୋଇ ବନ୍ଦ କାର୍ଯ୍ୟକ୍ରମର ଅଗ୍ରଣୀ ଭୂମିକା ନେଇଥିବା ଜିଲ୍ଲା ଛାତ୍ର କଂଗ୍ରେସ ନେତା ହେମନ୍ତ ମହାପାତ୍ରଙ୍କ ଉପରେ ବିଜେଡି ଗୁଣ୍ଡାମାନେ ମରଣାନ୍ତକ ଆକ୍ରମଣ କରିଥିଲେ ।  

ଗଣତାନ୍ତ୍ରୀକ ରାଷ୍ଟ୍ରରେ ବିରୋଧ କରିବା ସମସ୍ତଙ୍କ ଅଧିକାର ରହିଛି । କିନ୍ତୁ କ୍ଷମତାରେ ଥାଇ ଶାସକ ଦଳ ସମର୍ଥକମାନେ ଏପରି ଗୁଣ୍ଡାଗର୍ଦ୍ଦି କରିବା କଂଗ୍ରେସ କେବେ ସହ୍ୟ କରିପାରିବ ନାହିଁ । ଅଭିଯୁକ୍ତଙ୍କୁ ୨୪ ଘଣ୍ଟା ମଧ୍ୟରେ ଗିରଫ କରାନଗଲେ କଂଗ୍ରେସ ପକ୍ଷରୁ ଥାନା ଘେରାଉ କରାଯିବ ବୋଲି ଚେତାବନୀ ଦିଆଯାଇଛି