ମୋଦି ତୁମେ ହିସାବ ଦିଅ ? ବିଜେପିକୁ ଜବାବ ମାଗିଲା ବିଜେଡି

76

କନକ ବ୍ୟୁରୋ: କେନ୍ଦ୍ର ଉପରେ ବର୍ଷିଲେ ବରିଷ୍ଠ ମନ୍ତ୍ରୀ ତଥା ବିଜେଡି ଉପସଭାପତି ଦାମୋଦର ରାଉତ । ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ର ଓ ମୋଦି ସରକାରକୁ ଟାର୍ଗେଟ କରିଛନ୍ତି ଦାମ । ଗତକାଲି ନବୀନ ଦଳୀୟ କାର୍ଯ୍ୟକ୍ରମରେ ପରୋକ୍ଷରେ ବିଜେପିକୁ ସମାଲୋଚନା କରିଥିବାବେଳେ ଆଜି ଦାମଙ୍କ ମନ୍ତବ୍ୟ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟିକରିଛି । ପୁଣି କେନ୍ଦ୍ର ଅବହେଳା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ଦାମ । ଆଜି ସାମ୍ବାଦିକ ସମ୍ମିଳନୀରେ ପ୍ରତିକ୍ଷେତ୍ରରେ ଓଡିଶାକୁ ଅବହେଳା କରାଯାଉଥିବା କହିଛନ୍ତି ଦାମ । ସେହିପରି ସବୁ ପରମ୍ପରା ଓ ବିଧି ବିଧାନକୁ ଭୁଲି ଶାସନ ଚଳାଇଛନ୍ତି । ଦେଶର ୩୦ ରାଜ୍ୟରେ ମନଇଚ୍ଛା ଶାସନ କରିବା ମୋଦିଙ୍କ ଲକ୍ଷ୍ୟ ବୋଲି ଦାମ କଟାକ୍ଷ କରିଛନ୍ତି ।

AMIT-SHAH-AND-SONS

 

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋଦି ସରକାରଙ୍କ ଉପରେ ପରୋକ୍ଷ ଆକ୍ରମଣ କରିବା ପରେ ଆଜି ବିଜେଡି ସାମ୍ବାଦିକ ସମ୍ମିଳନୀ କରି ଅମିତ ଶାହଙ୍କ ପୁଅ ସମ୍ପତି ମାମଲାରେ ପ୍ରଶ୍ନ ଉଠାଇଛି । ବରିଷ୍ଠ ମନ୍ତ୍ରୀ ତଥା ଦଳର ଉପସଭାପତି ଡାକ୍ତର ଦାମ ରାଉତ କହିଛନ୍ତି, ଅମିତ ଶାହଙ୍କ ପୁଅଙ୍କ ସମ୍ପତି କେମିତି ୧୬ ହଜାର ଗୁଣ ବଢିଲା ସେ ନେଇ ବିଜେପି ଉତର ରଖିବା ଦରକାର । ଏହି ସମ୍ବଦନଶୀଳ ପ୍ରସଙ୍ଗ ସହ ବିଜେଡି ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବି ପ୍ରଶ୍ନ ପଚାରିଛି । ଧାନର ଏମଏସପି ବୃଦ୍ଧି କରିବା ପାଇଁ ପ୍ରତିଶ୍ରୁତି ଦେଇଥିବା ସରକାର ଚାଷୀଙ୍କ ବିକାଶ ପାଇଁ ପାଇଁ କଣ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ଉପସଭାପତି ।

Narendra Modiନିର୍ବାଚନ ପୂର୍ବରୁ ମୋଦି ଶହେ ଦିନରେ କଳାଧନ ଫେରାଇଆଣିବାକୁ ଦେଶବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ସେହିପରି ପ୍ରତିବର୍ଷ ୧କୋଟି ବେକାରୀଙ୍କୁ ନିଯୁକ୍ତି ଦିଆଯିବ ବୋଲି କହିଥିଲେ । ବିଜେପି ସରକାରକୁ ଆସିଲେ ପ୍ରତି ପରିବାରକୁ ପନ୍ଦର ଲକ୍ଷ ଟଙ୍କା ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ମୋଦି । ବିମୁଦ୍ରାକରଣରୁ କଣ ମିଳିଲା ଏବଂ କଳାଧନ ଫେରାଇ ଆଣିବେ ବୋଲି କହିଥିବା ମୋଦିଙ୍କ ପ୍ରତିଶ୍ରୃତି କୁଆଡେ ଗଲା ସେ ନେଇ ପ୍ରଶ୍ନ ଉଠାଇଛନ୍ତି ଦାମ । ଏପରିକି ୧୩୪ ଦେଶ ବୁଲିବା ପରେ ଦେଶକୁ କେତେ ପୁଞ୍ଜି ଆସିଛି ବୋଲି ଦାମ ପ୍ରଶ୍ନ ଉଠାଇଛନ୍ତି । ମୋଦିଙ୍କ ପୋଷାକ ଉପରେ ପ୍ରଶ୍ନ ଉଠାଇଛି ବିଜେଡି । ମୋଦିଙ୍କ ପୋଷାକ ଉପରେ ବି ପ୍ରଶ୍ନ ଉଠାଇ ରାଜ୍ୟ ବିଜେପି ନେତାଙ୍କଠାରୁ ଏହାର ଜବାବ ମାଗିଛନ୍ତି । ଖୋଲା ବିତର୍କର ଆହ୍ୱାନ ପୂର୍ବରୁ ମୋ ତଥ୍ୟର ଜବାବ ବିଜେପି ରଖୁ ବୋଲି ଚ୍ୟାଲେଂଜ କରିଛନ୍ତି ବରିଷ୍ଠ ମନ୍ତୀ ଦାମୋଦର ରାଉତ । ସେହିପରି ବିଜେପି ଶାସିତ ରାଜ୍ୟ ସହ ଓଡିଶା ବିକାଶ ଗତିର ଏକ ତୁଳାନାତ୍ମକ ତଥ୍ୟ ରଖିଛନ୍ତି ।

ଦାମଙ୍କ ପ୍ରଶ୍ନର ଜବାବ ରଖିଛି ବିଜେପି । ବିଜେପି ମୁଖପାତ୍ର ସଜ୍ୱନ ଶର୍ମା କହିଛନ୍ତି ବିଜେପି ପ୍ରଶ୍ନରେ ବିଚଳିତ ହୋଇପଡିଛି ବିଜେଡି । ମୂଳ ପ୍ରଶ୍ନର ଉତର ଦାମ ବାବୁ ଦେଉନାହାନ୍ତି  । କୃଷି ବିଭାଗ ଛାଡି ଦାମ ରାଉତ ଅନ୍ୟ ବିଭାଗ କଥା କହୁଛନ୍ତି ବୋଲି ସଜ୍ଜନ କହିଛନ୍ତି । ସରକାର ମେଡିକାଲରେ ପ୍ରସବ ହାର ବଢିଥିବା କଥା କହୁଛନ୍ତି କିନ୍ତୁ ଖଟିଆରେ ପ୍ରସୂତୀମାନେ ବୁହାହୋଇଯାଉଛନ୍ତି । ଏଥିରୁ ସରକାରଙ୍କ ବିକାଶଧାରା ସ୍ପଷ୍ଟ ହୋଇଯାଇଛି ବୋଲି କହିଛନ୍ତି ସଜ୍ଜନ ଶର୍ମା ।

rbi report on demonitisationଜିଏସଟି ଓ ବିମୁଦ୍ରାକରଣ ପ୍ରସଙ୍ଗରେ ବିଜେଡି ବିଜେପିକୁ ନିଃସର୍ତ ସମର୍ଥନ ଜଣାଇଥିଲା । ତେବେ ଓଡିଶାରେ ବିଜେପିର ସଂଗଠନକୁ ମଜବୁତ କରିବା ହେଉ କିମ୍ବା ଶାସନ କରିବା ଲକ୍ଷ୍ୟରେ ବିଜେପିର ଆକ୍ରମଣାତ୍ମକ ପଦକ୍ଷେପ ପରେ ବିଜେଡି ତା ଆଭିମୁଖ୍ୟରେ ପରିବର୍ତନ କରିଛି । ସାଲିଆ ସାହି ଓ ୟୁନିଟ -୬ ପଡିଆରେ ବିଜେପିକୁ ନବୀନଙ୍କ ପରୋକ୍ଷ ସମାଲୋଚନା ପରେ ମୈଦାନକୁ ଓହ୍ଲାଇଛନ୍ତି ଦାମ ରାଉତ । ବିଜେପିକୁ ପାଲଟା ଆକ୍ରମଣ କରିଛନ୍ତି ଦାମ ।

ଦାମଙ୍କ ଖୋଲା ବିତର୍କ ଜାତୀୟ ରାଜନୀତିରେ ବଡ ପରିବର୍ତନ ଆଣିପାରେ । ବିଜେପି ଠାରୁ ଦୂରତ୍ୱ ବଢାଉଛି କି ବିଜେଡି ? ଆଗରୁ କେବେ ନବୀନ, ମୋଦିଙ୍କ ବିରୋଧରେ ସାମିଲ ହେବେ କି ? ପୂର୍ବରୁ ନବୀନ ମୋଦିଙ୍କୁ ସମାଲୋଚନା କରିବା ଦେଖାଯାଇନଥିଲା । ଜାତୀୟ ରାଜନୀତିରେ ଏହାର ପ୍ରଭାବ କଣ ପଡିବ ? ଜାତୀୟ ରାଜନୀତିରେ ମୋଦିଙ୍କ ସହ ନବୀନ ରହିବେ କି ନାହିଁ ସେ ସବୁ ସ୍ପଷ୍ଟ ହୋଇପାରେ । ନବୀନ-ମମତା-ଲାଲୁ -ଅଖିଳେଶ ୟୁପିଏ ସହ ମେଂଟ କରିବେ କି ? ବିରୋଧୀ କ୍ୟାମ୍ପରେ ସାମିଲ ହେବେ କି ନବୀନ ? ଦାମଙ୍କ ଏହି ବୟାନ ପରେ ଏଭଳି କଳ୍ପନାଜଳ୍ପନା ପ୍ରକାଶ ପାଇଛି ।