କନକ ବ୍ୟୁରୋ : ପୁଣି ଚର୍ଚ୍ଚାରେ ନେତା-ଅପରାଧୀଙ୍କ ସଂପର୍କ । ଅପରାଧୀଙ୍କ ସହ ଶାସକ ବିଜେଡିର ତୁଙ୍ଗ ନେତା ଓ ମନ୍ତ୍ରୀଙ୍କ ସଂପର୍କ ଥିବା ଅଭିଯୋଗ କରିଛି ବିଜେପି । ବିଶେଷ କରି ଗଂଜାମ ଏବଂ ବ୍ରହ୍ମପୁର ପୁଲିସ ଜିଲ୍ଲାରେ ବିଜେଡି ନେତାମାନେ ଏସ୍ପି ଆଶିଷଙ୍କୁ ଢ଼ାଲକରି ଅପରାଧିକ କାର୍ଯ୍ୟକଳାପ ଚଳାଇଛନ୍ତି ବୋଲି ଅଭିଯୋଗ କରିଛି ଭାରତୀୟ ଜନତା ପାର୍ଟି । ହତ୍ୟା ଭଳି ସଂଗୀନ ମାମଲାରେ ଅଭିଯୁକ୍ତ ଥିବା ସଂଜୟ ପାଣିଗ୍ରାହୀ ଏବଂ ଠେସା କାଳିଆ ଭଳି ଅଭିଯୁକ୍ତଙ୍କ ସହ ନେତାଙ୍କ ସଂପର୍କଥିବା ବିଜେପି ଅଭିଯୋଗ କରିଛି ।
ଆଜି ସାମ୍ବାଦିକ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର, ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ ଏବଂ ଉଷା ଦେବୀଙ୍କ ଫେଟୋ ଦେଖାଇଛି ବିଜେପି । ଯେଉଁଥିରେ ଏହି ନେତାମାନେ ଅପରାଧୀଙ୍କ ସହ ଛିଡ଼ା ହୋଇଛନ୍ତି । ବିଜେପିର ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ସୂଯ୍ୟ ପାତ୍ର । ସେ କହିଛନ୍ତି, ସେ ପ୍ରତିଦିନ ଅନେକ ଲୋକଙ୍କ ସହ ମିଶୁଛନ୍ତି । ତାଙ୍କ ଭିତରୁ କିଏ ଭଲ ଲୋକ କିଏ ଗୁଣ୍ଡା ସେ କଥା ସେ କେମିତି ଜାଣିବେ ବୋଲି ଓଲଟା ପ୍ରଶ୍ନ କରିଛନ୍ତି । ଏହାସହ ଏସପି ଆଶିଷ ସିଂଙ୍କୁ ମଧ୍ୟ ବେଶ ପ୍ରଂଶସା କରିଛନ୍ତି ସୂର୍ଯ୍ୟ । ଆଶିଷ ବ୍ରହ୍ମପୁରର ଏସପି ଭାବେ ଦାୟିତ୍ୱ ନେବା ପରେ ଜିଲ୍ଲାରେ ଅପରାଧ କମ ହୋଇଛି ବୋଲି ସେ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/10/Screen-shot-2017-10-26-at-9.46.28-PM.png)