ବିଜେପି କର୍ମୀ ୧୨ଟି ବୁଥ୍ କ୍ୟାପଚରିଂ କରିଥିବା ଅଭିଯୋଗ । ବୁଥ୍ ରିଗିଂ ଭିଡିଓ ସହ ସିଇଓଙ୍କ ନିକଟରେ ଫେରାଦ ହେଲା ବିଜେଡି ।

Advertisment
ବିଜେପି କର୍ମୀ ୧୨ଟି ବୁଥ୍ କ୍ୟାପଚରିଂ କରିଥିବା ଅଭିଯୋଗ । ବୁଥ୍ ରିଗିଂ ଭିଡିଓ ସହ ସିଇଓଙ୍କ ନିକଟରେ ଫେରାଦ ହେଲା ବିଜେଡି ।

କନକ ବ୍ୟୁରୋ : ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ରାଜ୍ୟର ୬ଟି ଆସନରେ ମତଦାନ ଜାରି ରହିଥିବା ବେଳେ ଯାଜପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବରୀ ବିଧାନସଭା ଆସନରେ ଭାରତୀୟ ଜନତା ପାର୍ଟିର କର୍ମୀଙ୍କ ଦ୍ୱାରା ୧୨ଟି ବୁଥ କ୍ୟାପଚରିଂ ହୋଇଥିବା ବିଜେଡି ଅଭିଯୋଗ ଆଣିଛି । ବିଜେଡି ସମର୍ଥକଙ୍କୁ ଧମକ ଦିଆଯାଉଛି ବୋଲି ସିଇଓଙ୍କ ନିକଟରେ ଅଭିଯୋଗ ହୋଇଛି ।

ବିଜେଡି ପକ୍ଷରୁ ପେନଡ୍ରାଇଭ୍ ଜରିଆରେ ଭିଡିଓଗ୍ରାଓି ସହ ପ୍ରମାଣ ଦେଇ କୁହାଯାଇଛି ଯେ, ବରୀରୁ ବିଜେପି ବିଧାୟକ ପ୍ରାର୍ଥୀ ବିଶ୍ୱରଂଜନ ମଲ୍ଲିକଙ୍କ ସଂପର୍କୀୟ ଭାଇଙ୍କ ଦ୍ୱାରା ବୁଥ କ୍ୟାପଚରିଂ କରାଯାଇଛି । ବୁଥ କ୍ୟାପଚରିଂ ହୋଇଥିବା କେନ୍ଦ୍ର ଗୁଡ଼ିକରେ ପୁଣି ଥରେ ମତଦାନ କରାଯାଉ ବୋଲି ବିଜେଡି ଦାବି କରିଛି ।

publive-imageବୁଥ୍ ନମ୍ବର ଓ ବୁଥ୍ ନାମ : 

୧୫୮   ରାମଚନ୍ଦ୍ରପୁର
୧୬୨   ଆଲିପୁର-୧
୧୬୩  ଆଲିପୁର-୨
୧୬୪   ବଡ଼ଚନ୍ଦ୍ରଶେଖରପୁର
୧୬୫   ବରୀ ପଂଚାୟତ ହାଇସ୍କୁଲ
୧୬୬   ବରୀ ପଂଚାୟତ ହାଇସ୍କୁଲ
୧୬୭   କୃପାସିନ୍ଧୁ ବିଦ୍ୟାଭବନ, ବରୀ
୧୬୮   ବରୀ ଉର୍ଦ୍ଦୁ ୟୁଜିଏମଇ ସ୍କୁଲ
୧୬୯   ବରୀ ଉର୍ଦ୍ଦୁ ୟୁଜିଏମଇ ସ୍କୁଲ
୧୭୦    ବରୀ ଉର୍ଦ୍ଦୁ ୟୁଜିଏମଇ ସ୍କୁଲ
୧୮୧    ଉଦୟନାଥ ପ୍ରକଳ୍ପ ବିଦ୍ୟାଳୟ
୧୮୨    ଉଦୟନାଥ ପ୍ରକଳ୍ପ ବିଦ୍ୟାଳୟ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe