ନବୀନ ସରକାରଙ୍କ ବଡ ଗ୍ୟାରେଣ୍ଟି । ଜୁଲାଇରୁ ରାଜ୍ୟର ୯୦ ପ୍ରତିଶତ ପରିବାରକୁ ମିଳିବ ମାଗଣା ବିଜୁଳି

Advertisment
ନବୀନ ସରକାରଙ୍କ ବଡ ଗ୍ୟାରେଣ୍ଟି । ଜୁଲାଇରୁ ରାଜ୍ୟର ୯୦ ପ୍ରତିଶତ ପରିବାରକୁ ମିଳିବ ମାଗଣା ବିଜୁଳି

କନକ ବ୍ୟୁରୋ : ନବୀନ ସରକାର ଚଳିତ ନିର୍ବାଚନରେ ରାଜ୍ୟବାସୀଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି । ନବୀନ ପଟ୍ଟନାୟକ ଦଳୀୟ ଇୃାହାରରେ କହିଛନ୍ତି କି, ଯଦି ରାଜ୍ୟରେ ପୁଣିଥରେ ବିଜେଡି ସରକାରକୁ ଆସେ ତେବେ ରାଜ୍ୟର ୯୦ ପ୍ରତିଶତ ପରିବାରକୁ ମାଗଣା ବିଜୁଳି ମିଳିବ । ଏନେଇ ପ୍ରକାଶ ପାଇଥିବା ଇୃାହାରରେ କୁହାଯାଇଛି କି, ରାଜ୍ୟରେ ପୁଣି ବିଜେଡି ସରକାର ଗଠନ ହେଲେ ଗ୍ରାମାଞ୍ଚଳ ଠାରୁ ସହରାଞ୍ଚଳ ପର୍ଯ୍ୟନ୍ତ ୧୦୦ ୟୁନିଟ୍ ଯାଏଁ ବ୍ୟବହାର କରୁଥିବା ସମସ୍ତ ପରିବାରର ବିଜୁଳି ବିଲ୍ ଛାଡ କରାଯିବ    । ଏହାସହ ୧୦୦ ୟୁନିଟରୁ ୧୫୦ ୟୁନିଟ୍ ପର୍ଯ୍ୟନ୍ତ ବ୍ୟବହାର କରୁଥିବା ପରିବାରକୁ ୫୦ ୟୁନିଟ ମାଗଣା ବିଜୁଳି ଯୋଗାଇ ଦିଆଯିବ ।

ନବୀନ ପଟ୍ଟନାୟକ କହିଛନ୍ତି କି, ଓଡିଶାରେ ବର୍ତମାନ ୭୫ ପ୍ରତିଶତ ପରିବାର ମାସିକ ୧୦୦ ୟୁନିଟରୁ କମ୍ ବିଜୁଳି ବ୍ୟବହାର କରୁଛନ୍ତି । ସେମାନଙ୍କ ବିଜୁଳି ବିଲ୍ ଛାଡ ହେବା ପରେ ସେମାନଙ୍କର ଆର୍ଥିକ କ୍ଷମତା ବୃଦ୍ଧି ପାଇବ । ରାଜ୍ୟରେ ଅଭିବୃଦ୍ଧି ଓ ଦାରିଦ୍ର୍ୟତା ହ୍ରାସ କରିବାରେ ବିଜୁଳି ଶକ୍ତି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ବୋଲି କୁହାଯାଇଛି ।

ଓଡିଶାର ୭୫ ପ୍ରତିଶତ ପରିବାର ୧୦୦ ୟୁନିଟ୍ରୁ କମ୍ ବିଜୁଳି ବ୍ୟବହାର କରୁଥିବାବେଳେ ଏବଂ ଅବଶି‌ଷ୍ଟ ଦଶ ପ୍ରତିଶତ ୧୦୦ ରୁ ୧୫୦ ୟୁନିଟ୍ ବିଜୁଳି ଶକ୍ତି ବ୍ୟବହାର କରୁଛନ୍ତି  ।

ଶକ୍ତି ସୁରକ୍ଷା ସହିତ ଏହି ଯୋଜନା ରାଜ୍ୟର ୮୫ରୁ ୯୦ ପ୍ରତିଶତ ଜନସଂଖ୍ୟାକୁ ଲାଭାନ୍ବିତ କରିବ। ଏହି ଯୋଜନା ଅନ୍ତର୍ଗତ ଗ୍ରାହକମାନେ ଶହେ ୟୁନିଟ୍ ପର୍ୟ୍ୟନ୍ତ ଶୂନ ବିଲ୍ ପାଇବେ ଏବଂ ୧୦୦ ରୁ ୧୫୦ ପର୍ୟ୍ୟନ୍ତ ପଚାଶ ୟୁନିଟ୍ ପାଇଁ ରିହାତି ପାଇବେ ।

ଏହା କେବଳ ରାଜ୍ୟରେ ଶକ୍ତି ସୁରକ୍ଷା ବୃଦ୍ଧି କରିବ ନାହିଁ ବରଂ ବିଦ୍ୟୁତର ଦାୟିତ୍ବପୂର୍ଣ୍ଣ ବ୍ୟବହାର ପ୍ରତି ସଚେତନତା ସୃଷ୍ଟି କରିବା ନେଇ ଲୋକଙ୍କୁ ଉତ୍ସାହିତ କରିବ । ଏହା ରାଜ୍ୟର ସ୍ଥାୟୀ ଅଭିବୃଦ୍ଧି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର ପକ୍ଷରୁ ଘୋଷଣା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe