କନକ ବ୍ୟୁରୋ : ଜଳେଶ୍ୱରରେ ବିଜେଡ଼ିରେ କନ୍ଦଳ ଚର୍ଚ୍ଚା । ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶ୍ୱନୀ ପାତ୍ରଙ୍କୁ ବିରୋଧ କରି ଜଳେଶ୍ୱରରେ ବଡ଼ ଧରଣର ମେଳି ହୋଇଛି । ୫୦୦ରୁ ଅଧିକ ବିଜେଡ଼ି କର୍ମୀ ଏକାଠି ହୋଇ ମନ୍ତ୍ରୀ ଅଶ୍ୱନୀ ପାତ୍ରଙ୍କୁ ବିରୋଧ କରିଛନ୍ତି । ଏହି ମେଳିରେ ଜଳେଶ୍ୱର ନିର୍ବାଚନ ମଣ୍ଡଳୀର ୩୫ଟି ପଞ୍ଚାୟତ ଓ ବସ୍ତା ବ୍ଲକର ୭ଟି ପଂଚାୟତର କର୍ମୀ ମାନେ ଯୋଗ ଦେଇ ଅଶ୍ୱନୀ ପାତ୍ରଙ୍କ ବିରୋଧରେ ନାରାବାଜି କରିଛନ୍ତି । ପୂର୍ବତନ ବ୍ଲକ ଅଧ୍ୟକ୍ଷ ବ୍ରଜମୋହନ ପ୍ରଧାନଙ୍କ ନେତୃତ୍ୱରେ ଶତାଧିକ ବିଜେଡ଼ି କର୍ମୀ ଏକାଠି ହୋଇ ପ୍ରତିବାଦ କରିଛନ୍ତି । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଜଳେଶ୍ୱର ବିଜେଡ଼ିରେ ଗୋଷ୍ଠୀ କନ୍ଦଳର ଚିତ୍ର ସାମ୍ନାକୁ ଆସିଛି ।
ଅନ୍ୟପଟେ ବିରୋଧକୁ ନେଇ ଅଶ୍ୱିନୀ କହିଛନ୍ତି, ନିର୍ବାଚନ ବେଳେ ଏମିତି ଦେଖିବାକୁ ମିଳେ । କିନ୍ତୁ ମୁଁ ଲୋକଙ୍କ ପାଇଁ କାମ କରୁଛି, ତେଣୁ ଏହାର ପ୍ରଭାବ ପଡିବନି । ୪ଥର ବିଧାୟକ ହୋଇଛି ୩ ଥର ପରାସ୍ତ ହୋଇଛି, ଲୋକଙ୍କ ସାଥୀରେ ଅଛି । ଲୋକଙ୍କ ବିଶ୍ୱାସ ମୋ ସହ ଅଛି । ତେଣୁ ଭୋଟ ଯେବେ ବି ହେବ ମୁଁ ବିଜୟୀ ହେବି । ନବୀନ ପଟ୍ଟନାୟକଙ୍କ ଆସ୍ଥା ମୋ ସହ ରହିଛି, ତେଣୁ ନିର୍ବାଚନମଣ୍ଡଳୀରେ ଲୋକଙ୍କ ପାଇଁ କାମ କରିବାରେ କୌଣସି ବିରୋଧ ନଥିବା କହିଛନ୍ତି ଅଶ୍ୱିନୀ ।
Follow Us