କନକ ବ୍ୟୁରୋ : ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ କରିବା ବିଜେପିର ଅଭ୍ୟାସ । ଝାରସୁଗୁଡାରେ ମଧ୍ୟ ସମାନ ସ୍ଥିତି ସୃଷ୍ଟି କଲାଣି ବିଜେପି । ଝାରସୁଗୁଡାରେ ବିଜେପି ବିଧାୟକ ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ବିରୋଧରେ ଆଦର୍ଶ ନିର୍ବାଚନ ଆଚରଣଵିଧି ଉଲ୍ଲଙ୍ଘନ ଅଭିଯୋଗ କଲା ବିଜେଡି । ପ୍ରଚାର ସମୟ ପରେ ମଧ୍ୟ ରାତି ଗୋଟାଏ ସମୟରେ ଝାରସୁଗୁଡା ଲଳିତ ହେରିଟେଜ ସାମ୍ନା ସାମସଙ୍ଗ ଛକରେ ସମର୍ଥକଙ୍କୁ ଧରି ଟଙ୍କଧର ପ୍ରଚାର କରୁଥିବାର ଭିଡ଼ିଓ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଦାଖଲ କରିଛି ବିଜେଡି । ପୂର୍ବରୁ ମଧ୍ୟ ଟଙ୍କଧର ଓ ଅନ୍ୟ ବିଜେପି ନେତା ହିଂସା କରି ଉପନିର୍ବାଚନକୁ ପ୍ରଭାବିତ କରିବାକୁ ଚେଷ୍ଟା କରିଥିଲେ । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଅବାଧ ଓ ନିରପେକ୍ଷ ନିର୍ବାଚନ ଦାବି କରିଛି ବିଜେଡି ପ୍ରତିନିଧି ଦଳ ।
ବିଜେଡି ନେତ୍ରୀ ଇପ୍ସିତା ସାହୁ କହିଛନ୍ତି, ଝାରସୁଗୁଡାରେ ଏକତରଫା ନିର୍ବାଚନ ହେବ ବୋଲି ବିଜେପି ଜାଣି ସାରିଲାଣି । ଏଥିରେ ବିଜେଡି ବିଜୟୀ ହେବ । ପଦ୍ମପୁର ଉପ-ନିର୍ବାଚନରେ ପରାଜିତ ହେବା ଭଳି ଝାରସୁଗୁଡାରେ ମଧ୍ୟ ଶୋଚନୀୟ ପରାଜୟ ବରଣ କରିବ ବିଜେପି । ସେଭଳି ଡର ଓ ଭୟ ଏବେ ବିଜେପିକୁ ଘାରିଛି । ସେଥିପାଇଁ ଏବେ ଖୁଲମଖୁଲା ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ କରୁଛନ୍ତି ବିଜେପି ପ୍ରାର୍ଥୀ । କେବଳ ଏତିକି ନୁହେଁ ବିଜେପି ପ୍ରାର୍ଥୀଙ୍କ ନାଁରେ ସର୍ବାଧିକ ଅପରାଧିକ ମାମଲା ରହିଛି । ତେଣୁ କିଛି ଅପ୍ରୀତିକର ପରିସ୍ଥିତି ଯେପରି ସୃଷ୍ଟି ନ ହୁଏ ସେଥିପାଇଁ ଆମେ ସିଇଓଙ୍କୁ ଅନୁରୋଧ କରିଛୁ ବୋଲି କହିଛନ୍ତି ଇପ୍ସିତା । କାରଣ ଓଡ଼ିଶା ଶାନ୍ତିରେ ବିଶ୍ୱାସ କରେ । ଓଡ଼ିଶାରେ ଅବାଧ, ନିରପେକ୍ଷ ନିର୍ବାଚନ ହେବା ଆବଶ୍ୟକ । ତେଣୁ ନିର୍ବାଚନ କମିଶନରଙ୍କୁ ଭେଟି ଏ ବାବଦରେ ଅନୁରୋଧ କରିଥିଲୁ ଏବଂ ଏ ଦିଗରେ ଦୃଷ୍ଟି ଦେବାକୁ ସିଇଓ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/05/8bc4a503-2136-4768-85e3-a13b50b9a004.jpg)