କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ବିଜେଡ଼ି କାର୍ଯ୍ୟାଳୟରେ ସ୍ନେହାଙ୍ଗିନୀ ଛୁରିଆଙ୍କ ଅଧ୍ୟକ୍ଷତାରେ ଏକ ମହିଳାମାନଙ୍କୁ ନେଇ ଏକ କର୍ମଶାଳା ଅୟୋଜିତ ହୋଇଯାଇଛି । ୩୫ଟି ସାଂଗଠନିକ ଜିଲ୍ଲା ନିମନ୍ତେ ନିଯୁକ୍ତି ପ୍ରାପ୍ତ ପର୍ଯ୍ୟବେକ୍ଷକଙ୍କୁ ନେଇ ଏହି କର୍ମଶାଳା ଆୟୋଜିତ ହୋଇଛି । ରାଜ୍ୟବ୍ୟାପି ତୃଣମୂଳ ସ୍ତରରୁ ସଂଗଠନକୁ ସୁଦୃଢ କରିବା ନିମନ୍ତେ ସମସ୍ତ ଜିଲ୍ଲାରେ ଜୋନ କମିଟି, ଗ୍ରାମ ପଂଚାୟତ ୱାର୍ଡ଼ କମିଟି ଚୟନ କରିବ ଦଳ । ଏହା ସହ ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ବ୍ୟାପକ ଭାବେ ପ୍ରଚାର ପ୍ରସାର କରିବା ନେଇ ଏହି ବୈଠକରେ ନିଷ୍ପତ୍ତି ହୋଇଛି ।
ବିଜେଡ଼ି କାର୍ଯ୍ୟାଳୟରେ ମହିଳାଙ୍କୁ ନେଇ କର୍ମଶାଳା : ୩୫ଟି ସାଂଗଠନିକ ଜିଲ୍ଲା ପାଇଁ ନବ ନିଯୁକ୍ତ ପର୍ଯ୍ୟବେକ୍ଷକଙ୍କୁ ଟିପ୍ସ
/kanak/media/post_attachments/wp-content/uploads/2021/08/vlcsnap-2021-08-10-13h36m07s630.png)