କନକ ବ୍ୟୁରୋ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହେଲା ବିଜେଡିର ପ୍ରତିନିଧି ଦଳ । ତେବେ ଅଭିଯୋଗ ମୁତାବକ, ନିର୍ବାଚନ ଅଧିକାରୀ କାର୍ଯ୍ୟରେ ବାଧା ଦେବା ଅଭିଯୋଗରେ ଯଦି ପ୍ରଦୀପ ମହାରଥୀଙ୍କୁ ଗିରଫ କରାଗଲା ତେବେ କାହିଁକି କେନ୍ଦ୍ର୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ । ସେ ମଧ୍ୟ ବୁର୍ଲାରେ ହେଲିକପ୍ଟର ଯାଂଚ ବେଳେ ଫ୍ଲାଇଂ ସ୍କ୍ୱାର୍ଡକୁ ବାଧା ଦେବାସହ ତାଙ୍କ ସହିତ ବଚସା କରଥିଲେ ତାଙ୍କୁ ନାଲିଆଖି ଦେଖାଇଥିଲେ ।
Kanak News is now on WhatsApp
Join and get latest news updates delivered to you via WhatsApp
ଏପରିକି ଘଟଣା ସ୍ଥଳରେ ଫ୍ଲାଇଂ ସ୍କ୍ୱାର୍ଡ ଅଧିକାରୀଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ଯୁକ୍ତିତର୍କ ଭିଡ଼ିଓ ମଧ୍ୟ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା । ତେଣୁ ତେବେ ଯଦ ମହାରଥୀଙ୍କୁ ଗିରଫ କରାଗଲା ତା ହେଲେ ଧର୍ମେନ୍ଦ୍ର ପ୍ରଧାନଙ୍କୁ କାହିଁକି ଗିରଫ କରାଯାଉନି କି କାର୍ଯ୍ୟାନୁଷ୍ଠାନ ନିଆଯାଇନି ବୋଲି ବିଜେଡି ପ୍ରଶ୍ନ କରିଛି । ବିଜେଡି ପ୍ରତିନିଧି ଦଳ ମଧ୍ୟରେ ମୁଖପାତ୍ର ସସ୍ମିତ ପାତ୍ର, ମୁଖପାତ୍ର ସୁଲତା ଦେଓ ଏବଂ ମୁଖପାତ୍ର ଲେନିନ୍ ମହାନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଧର୍ମେନ୍ଦ୍ରଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟନୁଷ୍ଠାନ ନେବାକୁ ଦାବି କରିଛି ।