କନକ ବ୍ୟୁରୋ: ଟଙ୍କା ବଣ୍ଟାର ଅଭିଯୋଗ ଭିତରେ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ବିଜେଡି । ଏକ ନିଦ୍ଦିଷ୍ଟ ଗଣମାଧ୍ୟମ ପ୍ରତିନିଧିଙ୍କ ଜରିଆରେ ଟଙ୍କା ବଣ୍ଟାଯାଉଥିବା ନେଇ ଶାସକ ବିଜେଡି ଦଳ ଅଭିଯୋଗ କରିଛି । ଖବର ସଂଗ୍ରହ ପାଇଁ ଯେତିକି ଟିମ୍ ରହିବା କଥା ତାଠାରୁ ଅଧିକ ଏବଂ ଅତିରିକ୍ତ ଟିମ୍ ପଦ୍ମପୁରରେ ଥିବା ବିଜେଡି ଅଭିଯୋଗ କରିଛି । ତେଣୁ ତୁରନ୍ତ ଅତିରିକ୍ତ ଟିମକୁ ବାହାରକୁ କାଢ଼ି ନେବା ପାଇଁ ନିର୍ବାଚaନ ଅଧିକାରୀଙ୍କ ନିକଟରେ ଶାସକ ବିଜେଡି ଦଳ ଦାବି କରିଛି । ବିଜେଡିର ଅଭିଯୋଗ ଅନୁସାରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ଏହି ଗଣମାଧ୍ୟମ ପ୍ରତିନିଧି ଟଙ୍କା ବାଣ୍ଟୁଥିବା ଅଭିଯୋଗ କରିଛି ।
ନିର୍ଦ୍ଦିଷ୍ଟ ଗଣମାଧ୍ୟମ ନାଁରେ ସିଇଓଙ୍କୁ ବିଜେଡିର ଫେରାଦ: ସସ୍ମିତ ପାତ୍ର, କହିଲେ ମିଡିଆ ବାଣ୍ଟୁଛି ଟଙ୍କା
/kanak/media/post_attachments/wp-content/uploads/2022/12/18-5.jpg)