ନବୀନଙ୍କୁ ଭେଟିଲେ ବିଜେଡିର ନୂଆ ମିଡ଼ିଆ ଟିମ୍ । ସସ୍ମିତ କହିଲେ, ଓଡ଼ିଶାବାସୀଙ୍କ ସ୍ୱାର୍ଥ ପାଇଁ ଛିଡା ହୋଇ ରହିବୁ ।

ନବୀନଙ୍କୁ ଭେଟିଲେ ବିଜେଡିର ନୂଆ ମିଡ଼ିଆ ଟିମ୍ । ସସ୍ମିତ କହିଲେ, ଓଡ଼ିଶାବାସୀଙ୍କ ସ୍ୱାର୍ଥ ପାଇଁ ଛିଡା ହୋଇ ରହିବୁ ।

କନକ ବ୍ୟୁରୋ : ବିଜେଡିର ନୂଆ ମିଡିଆ ଟିମ ସହ ବିଜେଡି ସୁପ୍ରିମୋଙ୍କ ଆଲୋଚନା। ନବୀନ ନିବାସରେ ଆଲୋଚନା ଶେଷ ହେବା ପରେ ବିଜେଡିର ଜାତୀୟ ମୁଖପାତ୍ର ତଥା ସାଂସଦ ସସ୍ମିତ ପାତ୍ର କହିଛନ୍ତି, ବିଜେଡିର ମିଡ଼ିଆ ଟିମ୍ ଓଡ଼ିଶାବାସୀଙ୍କ ସ୍ୱାର୍ଥ ପାଇଁ ଛିଡା ହୋଇ ରହିବ । ଓଡ଼ିଶାବାସୀଙ୍କ ହକ୍ ଓ ସ୍ୱାର୍ଥ ପାଇଁ ରାଜ୍ୟ ସରକାରଙ୍କର ଯେଉଁ ଆଭିମୁଖ୍ୟ ରହିଛି ତାହାକୁ ରାଜ୍ୟବାସୀଙ୍କ ନିକଟରେ ପହଞ୍ଚାଇବ ମିଡ଼ିଆ ଟିମ୍ । ବିଜେଡିର ଲୋକାଭିମୁଖୀ କାର୍ଯ୍ୟ ଓ ଓଡ଼ିଶାର ହକ୍ ପାଇଁ ବିଭିନ୍ନ ପ୍ଲାଟଫର୍ମରେ ଶାଣିତ ଢଙ୍ଗରେ ସ୍ୱର ଉଠାଇ ଓଡ଼ିଶାବାସୀଙ୍କ ପାଖରେ ପ୍ରକୃତ ତଥ୍ୟ ପହଞ୍ଚାଇବା ଉଦ୍ୟମ ଜାରି ରଖିବ ଏହି ଟିମ୍ । ଆଗକୁ ନିର୍ବାଚନ ଅଛି, ରାଜ୍ୟର ସ୍ୱାର୍ଥ କଥା ଉଠାଇବୁ। ରାଜ୍ୟ ସରକାରଙ୍କ ପ୍ରହରୀ ହେବୁ। ମିଡିଆ ଟିମ ବହୁତ ଉତ୍ସାହିତ ବୋଲି କହିଛନ୍ତି ସସ୍ମିତ ।

ଏହାଛଡା ନିର୍ବାଚନ ପୂର୍ବରୁ ବିରୋଧୀ ଦଳ ଭାବେ ବିଜେପି ରାଜ୍ୟ ସରକାରଙ୍କୁ ବିରୋଧ କରିବା ସ୍ୱାଭାବିକ । ସେଥିରେ ନୂଆ କଣ ଅଛି । ବିରୋଧୀ ଦଳ ବିରୋଧ କରିବେ କିନ୍ତୁ ଓଡିଶାବାସୀଙ୍କ ସ୍ୱାର୍ଥରେ ବିଜେଡି ରହିଛି । ଓଡ଼ିଶାର ବିକାଶ ଓ ପ୍ରଗତି ପାଇଁ ବିଜେଡି କାମ କରୁଛି । ଏଇ ବିକାଶ ଓ ପ୍ରଗତିକୁ ବିଜେଡି ଲୋକଙ୍କ ପାଖକୁ ଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe