ଭାରତ ବନ୍ଦକୁ ବିଜେଡି କରିବନି ସମର୍ଥନ ! ଆସନ୍ତାକାଲି ବାରିପଦାରେ ଆଦିବାସୀ ଛାତ୍ରଛାତ୍ରୀଙ୍କ ଲାଗି ଆବାସିକ ବିଦ୍ୟାଳୟର ଲୋକାର୍ପଣ କରିପାରନ୍ତି ମୁଖ୍ୟମନ୍ତ୍ରୀ ।

Advertisment
ପ୍ରାକୃତିକ ବିପର୍ଯ୍ୟୟ ବେଳେ କିପରି ସୁରକ୍ଷିତ ରହିବ ଐତିହ୍ୟ ସ୍ଥଳ ।  ବିମଷ୍ଟେକ୍ ରାଷ୍ଟ୍ର ସମୂହର ମକଡ୍ରିଲ,ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ : ସାମିଲ ହେଲେ, ବାଂଲାଦେଶ, ମିଆଁମାର, ଶ୍ରୀଲଙ୍କା, ଥାଇଲାଣ୍ଡ, ନେପାଳ ଓ ଭୁଟାନର ପ୍ରତିନିଧି

କନକ ବ୍ୟୁରୋ: ଭାରତ ବନ୍ଦକୁ ବିଜେଡି କରିବନି ସମର୍ଥନ । ଦେଶର ଶ୍ରମିକ ସଂଗଠନଗୁଡ଼ିକ ଆସନ୍ତାକାଲି ୨୪ ଘଣ୍ଟିଆ ଭାରତ ଡାକରା ଦେଇଥିବାବେଳେ ବନ୍ଦକୁ ବିଜୁ ଜନତା ଦଳ ସମର୍ଥନ କରିବ ନାହିଁ ବୋଲି ସୂଚନା ମିଳିଛି । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ବାରିପଦା ଗସ୍ତ ରହିଛି । ବାରିପଦାରେ ଆଦିବାସୀ ଛାତ୍ରଛାତ୍ରୀଙ୍କ ଲାଗି ନିର୍ମିତ ଏକ ଆବାସିକ ବିଦ୍ୟାଳୟର ଲୋକାର୍ପଣରେ ଯୋଗଦେବାର କାର୍ଯ୍ୟ ମଧ୍ୟ ଚୂଡ଼ାନ୍ତ ହୋଇଛି । ଏହା ସ୍ପଷ୍ଟ ସୂଚନା ଦେଉଛି କି ବିଜୁ ଜନତା ଦଳ ଭାରତ ବନ୍ଦଠାରୁ ନିଜକୁ ଦୂରେଇ ରଖିବ।

ସବୁଠାରୁ ବଡ଼ କଥା ହେଲା, ଆସନ୍ତାକାଲି ୨୪ ଘଣ୍ଟିଆ ଭାରତ ବନ୍ଦକୁ ପୂର୍ଣ୍ଣ ସମର୍ଥନ ଦେବାକୁ ବିଜୁ ଜନତା ଦଳର ସମର୍ଥନ ଲୋଡ଼ିଥିଲେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ମିଳିତ ମଞ୍ଚ । ବନ୍ଦକୁ ସମର୍ଥନ ଦେବା ପାଇଁ କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ୩ ଦିନ ତଳୁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସେମାବାର ଲୋକସେବା ଭବନରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ଗଠିତ ମନ୍ତ୍ରୀସ୍ତରୀୟ କମିଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ ମିଳିତ ମଞ୍ଚର ୬ ଜଣିଆ ପ୍ରତିନିଧିମଣ୍ଡଳୀଙ୍କ ସହ ଆଲୋଚନା କରିଥିଲେ। ମାତ୍ର ଏଯାବତ୍ ବିଜୁ ଜନତା ଦଳ ପକ୍ଷରୁ କୌଣସି ଘୋଷଣା ସାମ୍ନାକୁ ଆସିନାହିଁ।

ସେପଟେ ଦେଶବ୍ୟାପି ଧର୍ମଘଟକୁ କଂଗ୍ରେସ ପୂର୍ଣ୍ଣ ସମର୍ଥନ ଦେବ ବୋଲି ଘୋଷଣା କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସେହିଭଳି ଆସନ୍ତାକାଲି ବନ୍ଦ ଡାକରା ନେଇ ଭୁବନେଶ୍ୱର ଡିସିପି ପ୍ରତିକ୍ରିୟା ଦେଇଛନ୍ତି କି, ରାଜଧାନୀ ଜଗିବେ ୧୫ ପ୍ଲାଟୁନ୍ ପୋଲିସ । ବିଭିନ୍ନ ଛକରେ ମୁତୟନ ହେବେ ୧୫ ପ୍ଲାଟୁନ ପୋଲିସ । ରେଳ ଓ ବସ୍ ଚଳାଚଳ ସ୍ୱାଭାବିକ୍ ରଖିବା ଉପରେ ଦିଆଯିବ ଗୁରୁତ୍ୱ । ସଚିବାଳୟ, ବିମାନବନ୍ଦରରେ ମୁତୟନ ରହିବେ ପୋଲିସ ବୋଲି କହିଛନ୍ତି ଡିସିପି ଅନୁପ ସାହୁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe