ଆଜି ଆସିପାରେ ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ବାକି ଥିବା ୧୨ଟି ଆସନରେ ପ୍ରାର୍ଥୀ ଘୋଷଣା କରିପାରେ ଦଳ

358

କନକ ବ୍ୟୁରୋ ; ଆଜି ଆସିପାରେ ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ବାକି ଥିବା ୧୨ ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିପାରେ ଦଳ । ଦ୍ୱିତୀୟ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ରର ରଘୁନାଥପାଲୀ, ତୃତୀୟ ପର୍ଯ୍ୟାୟରେ ହେବାକୁ ଥିବା କଟକ ଲୋକସଭାର ଖଣ୍ଡପଡ଼ା, ଭୁବନେଶ୍ୱର ଲୋକସଭାର ବେଗୁନିଆ, ଖୋର୍ଦ୍ଧାରେ ଦଳର ପ୍ରାର୍ଥୀ ଘୋଷଣା ବାକି ରହିଛି । ସେହିପରି ଶେଷ ପର୍ଯ୍ୟାୟରେ ଭୋଟ୍ ହେବାକୁ ଥିବା ଜଗତସିଂହପୁର ଲୋକସଭାର ବାଲିକୁଦା-ଏରସମା, କାକଟପୁର, ଢେଙ୍କାନାଳ ଲୋକସଭାର ହିନ୍ଦୋଳ, ଯାଜପୁରର କୋରେଇ, ବରୀ, ବାଲେଶ୍ୱରର ଭୋଗରାଇ, ନୀଳଗିରି, ମୟୂରଭଂଜର ବାଙ୍ଗିରିପୋଷି ବିଧାନସଭା ପାଇଁ ଟିକେଟ୍ ଘୋଷଣା ବାକି ରହିଛି ।